ଖୋଲିଲା ଜିଡି ନାମକ ଏକ ଇଣ୍ଡଷ୍ଟ୍ରିଆଲ ମେଗା ରାଇସ ମିଲ

କଟକ,(ନାଗରାଜ ନ୍ୟୁଜ): ପ୍ରଥମ କରି ବାଙ୍କୀ ଅଞ୍ଚଳର କୁସୂପଙ୍ଗି ଗ୍ରାମ ନିକରେ ଖୋଲିଲା ଜିଡି ନାମକ ଏକ ଇଣ୍ଡଷ୍ଟ୍ରିଆଲ ମେଗା ରାଇସ ମିଲ । ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ବାଙ୍କୀରପୂର୍ବତନ ବିଧାୟକ ପ୍ରଭାତକୁମାର ତ୍ରିପାଠୀଙ୍କ । ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ରହିଥିଲେ ରାଇସମିଲର ପରିଚାଳକ ନବୀନ ଅଗ୍ରୱାଲ । ଏହି ଅତ୍ୟାଧୁନିକ ରାଇସମିଲରେ ଏକ କାଳୀନ ୩ଲକ୍ଷ ୫୦ହଜାର କ୍ୟୁଣ୍ଟାଲ ଧାନ ଗଛିତ ରଖାଯିବାର କ୍ଷମତା ରହିଛି । ଏହାଦ୍ୟୁରା ବାଙ୍କୀ ସବଡିଭିଜନର ହାଜର ହାଜର ଚାଷୀ ଉପକୃତ ହୋଇ ପରିବେ ବୋଲି କହିଛନ୍ତି ଜିଡି ରାଇସମିଲର ପରିଚାଳକ । ବିଗତ ଦିନରେ ମିଲରସମସ୍ୟା ଲାଗି ରହିଥିବା ନେଇ ବିଭିନ୍ନ ସମୟରେ ଧାନ କିଣା ବିକାରେ ଦେଖାଦେଇ ଥାଏ ସମସ୍ୟା । ଯାହାକୁ ଅନେକ ସମୟରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଥାଏ । ଏପରିକି ଚାଷୀ ବେପାରୀକୁ ଶାଗ ମାଛ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଥାଏ ।ଏବେ ବାଙ୍କୀ ଅଞ୍ଚଳରେ ଏକ ଆଧୁନିକ ପ୍ରଣାଳୀରେ ରାଇସମିଲ ଖୋଲିଲା ପରେ ଚାଷୀଙ୍କର ଆଉ ଲାଗିରହିଥିବା ସମସ୍ୟାର ସୁଧାର ଆସିବ ବୋଲି ସ୍ଥାନୀୟ ଅଞ୍ଚଳର ଚାଷୀବୋଲି କହିଛନ୍ତି ବିଧାୟକ ।

Leave a Reply

Your email address will not be published.