କଟକରୁ ନକଲି ଟେଲମା ମେଡିସିନ ଜବତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ

କଟକ,(ନାଗରାଜ ନ୍ୟୁଜ): କଟକରୁ ନକଲି ଟେଲମା ମେଡିସିନ ଜବତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଅଭିଯୁକ୍ତ ବିକାଶ କୁମାର ଏହି ନକଲି ଔଷଧ ଚାଲାଣ କାରବାରର ଅନ୍ୟତମ କାର୍ପଟଦାର ଥିଲା । ବିକାଶଙ୍କ ଠାରୁ ହିଁ ଏହି ଔଷଧ କିଣିଥିଲେ।ନକଲି ଔଷଧ ବ୍ୟବସାୟ ପାଇଁ କଟକର ଦୁଇ ଜଣ ଡ୍ରଗିଷ୍ଟ ରାହୁଲ କ୍ୟାଲ ଓ ସଞ୍ଜୟ ଜାଲାନକୁ ଗିରଫ କରିଥିଲା କଟକ ପୁରିଘାଟ ଥାନା ପୋଲିସ । ଏହାପରେ ଦୁଇଟି ପର୍ଯ୍ୟାୟରେ ନକଲି ଟେଲମା ଔଷଧ କିଣିବା ଓ ବିକ୍ରି କରିବା ଅଭିଯୋଗରେ ଆଉ ଚାରି ଜଣଙ୍କୁ ଗିରଫ କରାଯାଇଥିଲା । ବିକାଶକୁ ମିଶାଇ ଏହି ମାମଲାରେ ଗିରଫଦାରୀ ସଂଖ୍ୟା 7ରେ ପହଞ୍ଚିଛି । ଏନେଇ ଆଜି ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

Leave a Reply

Your email address will not be published.