ଅନୈତିକ ସମ୍ପର୍କର କରୁଣ ପରିଣତି , ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ଅନୈତିକ ସମ୍ପର୍କରେ ଅନ୍ଧହୋଇ ସାନଭାଇ ହତ୍ୟା କଲା ବଡ଼ଭାଇ କୁ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାର ବାମରା ବ୍ଳକ ଅଧୀନରେ ଥିବା ମହୁଲପାଲି ଥାନା ନିକଟସ୍ଥ ରେଙ୍ଗାଲବେଡା ଗ୍ରାମରେ। ସୂଚନାରୁ ଜଣାପଡିଛି ଯେ,ରେଙ୍ଗାଲବେଡା ଗ୍ରାମର ସେଭେନରାଲ (୩୦) ଦୀର୍ଘ ଦିନ ଧରି ନିଜ ଭାଉଜ ସହିତ ଅନୈତିକ ସମ୍ପର୍କ ରଖି ଆସୁଥିଲେ। ହେଲେ ଗତ ୩/୪ଦିନ ପୂର୍ବେ ନିଜ ସାନଭାଇକୁ ଭାଉଜ ସହିତ ଅସନଯତ ଅବସ୍ଥାରେ ଦେଖି ବଡ଼ ଭାଇ ଉତ୍ତେଜିତ ହୋଇ ଉଭୟଙ୍କୁ ଗାଳି ଗୁଲଜ କରିବା ସହିତ ମାଡ଼ଧର ମଧ୍ୟ କରିଥିଲେ। ପରେ ଲୋକଲଜ୍ୟାଭୟରେ ପ୍ରଦୀପର ସ୍ତ୍ରୀ ବାପଘରକୁ ଚାଲିଯାଇଥୀଲା। ସ୍ତ୍ରୀ ବାପଘରକୁ ଚାଲିଯିବା ପରେ ପୁଣି ସେହି ଘଟଣା କୁ କେନ୍ଦ୍ରକରି ଦୁଇଭାଇ ମଧ୍ୟ ରେ ପାଟିତୁଣ୍ଡ ହୋଇ ମାରପିଟ୍ ହୋଇଥିଲେ। ପରେ ସାନଭାଇ ମରଣାନ୍ତକ ଆକ୍ରମଣ କରିବାରୁ ବଡ଼ଭାଇ ଚେତାଶୂନ୍ୟହୋଇ ତଳେ ପଡ଼ିଯାଇଥିଲା ସାନଭାଇ ସେଭେରାନ ଏତେ ରିଗିଥିଲାଯେ ଏକ ବଡ଼ ପଥର ଆଣି ଚେତାଶୂନ୍ୟ ଭାଇ ମୁଣ୍ଡରେ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରଦୀପ ର ମୃତ୍ୟୁ ହୋଇଯାଇଥିଲା। ପରେ ‌ତରବରେ ବଡ଼ ଭାଇ ର ଶବକୁ ଶାଢ଼ୀରେ ବାନ୍ଧି ଘରେ ଝୁଲାଇ ଆତ୍ମହତ୍ୟା ରୂପ ଦେଇ ନିଜ ମାଁ କୁ ବଡ଼ ଭାଇ ଘରଭିତରେ ଆତ୍ମହତ୍ୟା କରିଛିବୋଲି କହିଥିଲା।ପୁଅ ଆତ୍ମହତ୍ୟା କରିଥିବା କଥାଶୁଣି ମା ପଡାବାସୀଙ୍କୁ କହିବାକୁ ଯିବାରୁ , ଭୟରେ ସେଭେରାନ ଘରେ ଝୁଲାଇ ରଖିଥିବା ବଡ଼ ଭାଇ ର ଶବୁକୁ ଓହ୍ଲାଇ ପୁଣି ବାଡିପଟେ ଗାତଖୋଲି ପୋତି ଦେଇଥିଲା। ପରେ ପଡାବାସୀ ଆସି ସେଭେରାନ ର ହାବଭାବକୁ ଦେଖି ସନ୍ଦେହ ହେବାରୁ ମହୁଲପାଲି ଥାନା କୁ ଖବରଦେଇଥିଲେ। ଖବରପାଇ ମହୁଲପାଲି ଥାନା ଅଧିକାରୀ ସୁଶାନ୍ତ କୁମାରଦାସ ସଦଳେବଳେ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ କୁଚିଣ୍ଡା ଡାକ୍ତର ଖାନାକୁ ପଠାଇବା ସହିତ ଆସାମୀ ସାନଭାଇ ସେଭେରିନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କୋର୍ଟ ରେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇଛନ୍ତି।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.