ଧବଳେଶ୍ଵର ପୀଠରେ କୋଭିଡ କଟକଣା ମଧ୍ୟରେ ବଡ଼ଓଷା

କଟକ, (ନାଗରାଜ ନ୍ୟୁଜ): ଆଜି ପବିତ୍ର ବଡ଼ଓଷା । କଟକ ମହାନଦୀକୂଳ ଧବଳେଶ୍ଵର ପୀଠ ଏକ ପ୍ରକାର ଶୂନଶାନ। ପ୍ରତିବର୍ଷ ଧବଳେଶ୍ଵର ପୀଠରେ ବଡ଼ଓଷା ଦିନ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଆସି ଠାକୁରଙ୍କର ବଡସିଂହାର ବେଶ ଦର୍ଶନ କରିଥାନ୍ତି । ମାତ୍ର ଗତବର୍ଷ ଭଳି ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁ ସବୁକିଛି ଓଲଟପାଲଟ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଯେପରି କୌଣସି ଭକ୍ତ ପ୍ରବେଶ କରି ନ ପାରିବେ ସେଥିପାଇଁ ୧୪୪ ଧାରା ଜାରି କରାଯାଇଛି । ଏପରିକି ଧବଳେଶ୍ଵର ଝୁଲା ପୋଲରେ ପୁଲିସ ବାହିନୀ ଉପସ୍ଥିତ ରହିଛନ୍ତି । କୋଭିଡ କଟକଣା ଯୋଗୁ ବିନା ଭକ୍ତରେ ପ୍ରଭୁଙ୍କର ବଡ଼ଓଷା ନୀତିକାନ୍ତି ପୂଜକମାନଙ୍କ ଦ୍ଵାରା ସମ୍ପନ୍ନ ହୋଇଛି ।

ଭକ୍ତଙ୍କ ଦର୍ଶନ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଯାହା ଫଳରେ ଭକ୍ତମାନେ ପ୍ରଭୁଙ୍କର ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ବଡ଼ଓଷା ପାଇଁ ବୁଧବାର ୩ଟା ୩୦ରୁ ମନ୍ଦିରରେ ପହଡ଼ ଖୋଲାଯାଇ ଆରତି ଏବଂ ଠାକୁରଙ୍କର ସମସ୍ତ ନିତିକାନ୍ତି କୋଭିଡ-୧୯ ନିୟମ ଅନୁଯାୟୀ ସମ୍ପନ୍ନ ହୋଇଛି । ପ୍ରଭୁଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯିବା ପରେ ନିତିକାନ୍ତି ହୋଇ ଠାକୁରଙ୍କର ଭୋଗ ଲାଗିଥିଲା । କରୋନା ସଂକ୍ରମଣର କଟକଣା ଦୃଷ୍ଟିରୁ ଭକ୍ତଶୂନ୍ୟ ଭାବରେ ଧବଳେଶ୍ଵର ପୀଠରେ ବଡ଼ଓଷା ପାଳନ କରାଯାଇଛି । ଧବଳେଶ୍ଵର ପୀଠରେ ବଡ଼ଓଷା ପାଇଁ ପୁଲିସ ନିୟୋଜିତ କରାଯାଇଛି । ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇଁ ସୁଯୋଗ ପାଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published.