ବାଲିକୁଦା ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ହୃତଘାତରେ ପରଲୋକ

ଭୂବନେଶ୍ୱର,( ନାଗରାଜ ନ୍ୟୁଜ): ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ହୃତଘାତରେ ମୃତ୍ୟୁ ହୋଇଛି । ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଉମେଶଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ରହିନଥିବା ଜଣାପଡିଛି । ମଙ୍ଗଳବାର ରାତିରେ ଖାଇକି ଶୋଇଥିବା ବେଳେ ଆଜି ସକାଳେ ତାଙ୍କର ହୃତଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତେବେ ଜନ୍ମମାଟି ମାଛଗାଁରେ ତାଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ । ବିଜୁବାବୁଙ୍କ ଏକାନ୍ତ ଅନୁଗତ ଓ ଆଜ୍ଞାଧୀନ ଭାବେ ସେ ବେଶ ପରିଚିତ ଥିଲେ । ୧୯୭୭ରେ ସେ ପ୍ରଥମେ ଜନତା ଦଳରୁ ବିଧାୟକ ନିର୍ବାଚିତ ହୋଇଥିଲେ । ୧୯୯୦ରେ ବି ସେ ବିଧାନସଭାକୁ ଯାଇଥିଲେ । ପରେ ସେ କଂଗ୍ରେସର ଯୋଗ ଦେଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିଛି ବର୍ଷ ପୂର୍ବେ ସେ ବିଜେଡିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published.