ଆଇସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ସୈାରଭ ଗାଙ୍ଗୁଲି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଇସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ସୈାରଭ ଗାଙ୍ଗୁଲି । ସୈାରଭ ଗାଙ୍ଗୁଲି ‘ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ’ର (ବିସିସିଆଇ) ଅଧ୍ୟକ୍ଷ ଥିଲେ । ଗାଙ୍ଗୁଲି ‘ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ’ର (ଆଇସିସି) ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଛନ୍ତି । ସୌରଭଙ୍କ ପୂର୍ବରୁ ଅନୀଲ କୁମ୍ବଲେ ଉକ୍ତ ପଦବୀରେ ଥିଲେ । ଯିଏ ନଅ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । କୁମ୍ବଲେ ପ୍ରତ୍ୟେକ ତିନି ବର୍ଷର ତିନିଟି ସର୍ତ୍ତ ପୂରଣ କରିଥିଲେ । ଭାରତର କ୍ରିକେଟ ବୋର୍ଡର ବର୍ତ୍ତମାନର ଅଧ୍ୟକ୍ଷ ସୈାରଭ ଗାଙ୍ଗୁଲି ଭାରତର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣିତ ହୋଇଛନ୍ତି । ୨୦୧୫ ରୁ ୨୦୧୯ ମଧ୍ୟରେ ସେ ଥିଲେ ‘କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ’ର ଅଧ୍ୟକ୍ଷ । ୨୦୧୯ରେ ସେ ‘ବିସିସିଆଇ’ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave a Reply

Your email address will not be published.