ବାଲେଶ୍ୱର ଜିଲ୍ଲାରେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆଜି ଭାରତ ବନ୍ଦ ପାଳନ କରାଯାଇଛି । ବାଲେଶ୍ୱର ଜିଲ୍ଲା ଖଇରା ସାମ୍ନାରେ ଆନ୍ଦୋଳନ କାରୀମାନେ ରାସ୍ତା ଉପରେ ବେଞ୍ଚ ପକାଇ ବସି ରହିଥିଲେ । ଏହି ସମୟରେ ଗାଡିମୋଟର ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବ୍ଲକ ସାମ୍ନାରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା ।

ଏହି ଉପଲକ୍ଷେ ଉପେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭାପତି ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ସାଥୀ ଜଗଦାନନ୍ଦ ମହାପାତ୍ର, ସନ୍ତୋଷ ବିଶ୍ୱାଳ, ଜନ୍ମେଜୟ ଶତପଥୀ, ପ୍ରଶାନ୍ତ କୁମାର ବାରିକ, ଭଗବାନ ଦାସ, ଉତ୍ତମ କୁମାର ଦାସ, କାଶିନାଥ ଜେନା, ଆଲେଖ ବିଶ୍ୱାଳ, ଓ ସନ୍ତୋଷ କୁମାର ସାହୁ । ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ପାଳନ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଏଥିସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଥିବାର ଖବର ସଂଗ୍ରହରୁ ଜଣାପଡିଛି ।

Leave a Reply

Your email address will not be published.