ବରିଷ୍ଠ କଳାକାର ମହାସଂଘ ତରଫରୁ ବେଳାଭୂମି ସଫେଇ କାର୍ଯ୍ୟକ୍ରମ

ବାଲେଶ୍ଵର,(ନାଗରାଜ ନ୍ୟୁଜ): କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ତରଫରୁ ସୁନାପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଆବାହନ କ୍ରମେ ଅନୁଷ୍ଠିତ ହୋଇଯାଇଛି । କଳାକାର ମାନେ କେବଳ ସମାଜ ସଚେତକ ନୁହନ୍ତି, ପ୍ରତ୍ୟେକେ ଜଣେ ଜଣେ ସମାଜ ସଂସ୍କାରକ । ନିଜେ ସମାଜ ସେବାରେ ଆତ୍ମିକ, କାୟିକ ଓ ବାଚିକ ସହଯୋଗ ରଖିଥାନ୍ତି ବୋଲି ମହାସଂଘ ସଭାପତି ସୀମାନ୍ତ ନଟରାଜ ତିରୁପତି ସାହୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏଭଳି ମନ୍ତବ୍ୟ ରଖିଥିଲେ । ସୁଶ୍ରୀ ଚାନ୍ଦମାମା ବେହେରା, ଦୀପକ ସ୍ଵାଇଁ, ବଳଦେବ ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ, ରଜନୀ ବେହେରା, ପୀଙ୍କୁ ଚୌଧୁରୀ ପ୍ରମୁଖ ବହୁ କଳାକାର ସ୍ୱଚ୍ଛ ବେଳା ଭୂଇଁ କର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସଂଘ ଉପସଭାପତି ତଥା ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ରପ୍ରସାଦ ବେହେରା ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published.