ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା

କଟକ, (ନାଗରାଜ ନ୍ୟୁଜ): ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା । ଟି-୨୦ ସିରିଜ ପାଇଁ ସାଉଥ ଆଫ୍ରିକା ଟିମ ଭାରତ ଗସ୍ତ କରିବାର ସୂଚୀ ରହିଛି । ଏହି ଟି-୨୦ ସିରିଜର ଏକ ମ୍ୟାଚ୍‌ ବାରବାଟୀରେ ଖେଳାଯିବା ନେଇ BCCI ସହମତି ପ୍ରକାଶ କରିଛି ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଛନ୍ତି ଓଡିଶା କ୍ରିକେଟ ଆସୋସିଏସନ(OCA)ର ସମ୍ପାଦକ ସଞ୍ଜୟ ବେହେରା । ବିସିସିଆଇ ପକ୍ଷରୁ ଗ୍ରୀନ ସିଗନାଲ ମିଳିବା ପରେ OCA ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଫେବୃଆରୀ ୧୫ ରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି-୨୦ ମୁକାବିଲା ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ସିରିଜର ଭେନ୍ୟୁ ପରିବର୍ତ୍ତନ କରିଥିଲା । ଦିନିକିଆ ସିରିଜର ସମସ୍ତ ୩ଟି ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଓ ଟି-୨୦ ସିରିଜର ୩ଟି ମ୍ୟାଚ୍‌ ଇଡେନ ଗାର୍ଡେନ କୋଲକାତାରେ ଆୟୋଜନ ପାଇଁ ପରିବର୍ତ୍ତିତ ଭେନ୍ୟୁ ସୂଚୀ ଜାରି କରିଥିଲା ।

Leave a Reply

Your email address will not be published.