୫ ନମ୍ବର ଜୋନର ଭାରତୀୟ ଜନତା ପାର୍ଟିର ସାମ୍ବାଦିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ୫ ନମ୍ବର ଜୋନର ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ପ୍ରାର୍ଥୀ ଇଂ ରାଜେଶ ମହାକୁଡ଼ ବହୁ ସଂଗ୍ରାମ ପରେ ମାତ୍ର ୪୮୭ ଖଣ୍ଡ ଭୋଟ ବ୍ଯବଧାନରେ ପରାଜିତ ହୋଇଛନ୍ତି । ସେହି ପରିପ୍ରେକ୍ଷୀରେ ଶ୍ରୀ ମହାକୁଡ଼ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି । ଉକ୍ତ ସମ୍ମିଳନୀ ଆଜି ୫ ନଂ ଜୋନ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଦେଉଳି ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଓ ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ସଭାରେ ମଣ୍ଡଳ ସଭାପତି ସଭାପତିତ୍ବ କରିଥିଲେ । ମୁଖ୍ୟଅତିଥି ଭାବେ ଯୁବ ନେତା, ନୀଳମାଧବ ପଣ୍ଡା, ଜିଲାପରିଷଦ ପ୍ରାର୍ଥୀ. ଇଂ. ରାଜେଶ ମୋହାକୁଡ, ପ୍ରଭାରୀ. ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ପ୍ରାର୍ଥୀ ଇଂ ରାଜେଶ ମୋହାକୁଡ ବକ୍ତବ୍ୟରେ କହିଲେଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ୫ ନଂ ଜୋନ୍ ରେ ଭାରତୀୟ ଜନତା ପାର୍ଟି ତରଫରୁ ଜିଲାପରିଷଦ ପ୍ରାଥୀ ହୋଇ ମାତ୍ର ୪୮୭ ଭୋଟ୍ ବ୍ୟବଧାନରେ ପରାଜୟ ହେବା ସ୍ଥଳେ ୬୬୩ ଖଣ୍ଡ ନାକଯ କରାଯାଇଛି ।

ନିର୍ବାଚନ କମିଶନ କ ୨୦୦୬ ମସିହାର ନିୟମ ଅନୁସାରେ ବୃଦ୍ଧ ଅଙ୍ଗୁଳି ର ଟିପ ଭୋଟ୍ ଗ୍ରହଣ ରେ ଅନ୍ତର୍ଭୁକ୍ତ କରିବା ପାଇଁ ନିୟମ ଥିବାବେଳେ ସରକାର କଂ ଚାପରେ ପ୍ରଶାସନ ଏହାକୁ ନାକଯ କରିଛନ୍ତି । ଏବଂ ସରକାରୀ ଦଳ ହିଂସାତ୍ମକ କାର୍ଯ୍ୟକଳାପ କରି ଲୋକମାନଙ୍କୁ ପ୍ରଭାବିତ କରିଥିଲେ । ଏବଂ ଇଂ ରାଜେଶ ତାର ୩୪ ବର୍ଷ ବୟସ ଓ ୩୫ ଦିନର ରାଜନୈତିକ ଜୀବନରେ ବିଜେଡ଼ି ଗଡ଼ କହୁଥିବା ୫ ନଂ ଜୋନ ରେ ଭୋଟ ବ୍ୟବଧାନ ୪୦୦୦ କୁ ଆଣି ୪୦୦ ପହଁଚାଇ ପାରିଛନ୍ତି ତାହା ପୁଣି ବିନା ଷ୍ଟାର୍, ବିନା ମନ୍ତ୍ରୀ, କେବଳ କର୍ମୀ ଓ ପ୍ରାର୍ଥୀକୁ ନେଇ. ତେଣୁ ଲୋକେ ବହୁଳ ଭାବରେ ଭଲପାଇବା ଓ ଆଶିର୍ବାଦ ମୋ ଉପରେ ରଖିଥିବାରୁ ମୁଁ ଆଗାମି ଦିନରେ ଲୋକ ମାନଙ୍କ ସହିତ ରହି ଜିତିଲା ପରେ ଯାହା କହିବାର କଥା ତାହା କରିବା ସହିତ ଲୋକ ମାନଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିବି ବୋଲି ମତ କରିବା ସହିତ ଜୋନ କାର୍ଯ୍ୟାଳୟ ଦେଉଳି ଠାରେ କରିବା ନେଇ ଇଂ ରାଜେଶ ମୋହାକୁଡ ପ୍ରକାଶ କରିଛନ୍ତି । ଏହି ଅବସରରେ ଜୋନରେ ବିଜୟ ହୋଇଥିବା ୪ଟି ପଞ୍ଚାୟତରେ ବିଜୟ ହୋଇଥିବା ସମସ୍ତ ସରପଞ୍ଚ ଓ ସମିତିସଭ୍ଯ, ସଭ୍ୟାମାନକୁ ସମ୍ବର୍ଦ୍ଧନା କରାଯାଇଥିଲା । ଡାଲଙ୍ଗ ପଞ୍ଚାୟତର ସରପଞ୍ଚ. ଅଜୟ କୁମାର ନାୟକ, ସମିତିସଭ୍ୟ ସୂର୍ଯ୍ୟମଣି ମହାପାତ୍ର, ଅଛିତପୁର ପଞ୍ଚାୟତ ସରପଞ୍ଚ ଅହଲ୍ୟା ପାତ୍ର, ସମିତିସଭ୍ୟ ରଶ୍ମିତା ପଣ୍ଡା, ଡାଗରପଡ଼l ପଞ୍ଚାୟତ, ସମିତିସଭ୍ୟ ବିମ୍ବାଧର ଦଲାଇ, କୁରୁଣ୍ଟI ପଞ୍ଚାୟତ ସରପଞ୍ଚ ରଘୁନାଥ ଜେନା, ସମିତିସଭ୍ୟ କମଳୀନୀ ମାଝୀକୁ ସମ୍ବର୍ଦ୍ଧନା କରାଯାଇଥିଲା ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.