ଜିଲ୍ଲା ସଂଯୋଜକ ହେଲେ ନରେନ୍ଦ୍ର ପ୍ରସାଦ ବେହେରା

ଖଇରା,(ଲୋଚନ ରାଉତ): ଅନୁଗୋଳ ଜିଲ୍ଲା ଵଏଜା, ରାଜ କିଶୋର ନଗର ଠାରେ ଅବସ୍ଥିତ ଭକ୍ତକବି ଭୀମଭୋଇ ସାହିତ୍ୟ ପରିଷଦର ବାଲେଶ୍ଵର ଜିଲ୍ଲା ସଂଯୋଜକ ହେଲେ ସାମ୍ବାଦିକ, କବି, ସାହିତ୍ୟିକ, ସଂଗ୍ରାହକ ଏବଂ ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଏଥିପାଇଁ ମଧ୍ୟ ଏକ ସାରସ୍ୱତ ପ୍ରମାଣ ପତ୍ର ପରିଷଦ ତରଫରୁ ଶ୍ରୀଯୁକ୍ତ ବେହେରାଙ୍କୁ ପ୍ରଦାନ କରାଯାଇଛି । ଅସୀମ ଜ୍ଞାନର ଅଧିକାରୀ, ଚରିତ୍ରବତ୍ତା, ବହୁ ସମ୍ମାନର ଅଧିକାରୀ, ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତାର ଶୈଳୀକୁ ଉପଲବ୍ଧି କରି ପରିଷଦ ଶ୍ରୀ ବେହେରାଙ୍କୁ ଏ ପ୍ରମାଣ ପତ୍ର ପ୍ରଦାନ କରିଛି । ଏବଂ ବହୁମୂଲ୍ୟ ସମୟ ପ୍ରଦାନ କରି ଉକ୍ତ ଅନୁଷ୍ଠାନର ଉଦ୍ଦେଶ୍ୟାନୁଯାୟୀ କର୍ତ୍ତବ୍ୟନିଷ୍ଠ ଭାବରେ ସମଗ୍ର ଜନମାନସରେ ସନ୍ଥକବି ଭୀମଭୋଇଙ୍କ ସାହିତ୍ୟରେ ଥିବା ସାରସ୍ୱତକୁ ପ୍ରଚାର ପ୍ରସାର କରାଇବା ପାଇଁ ଆଶା ଓ ଭରଷା ରଖିଛି ଅନୁଷ୍ଠାନ ଶ୍ରୀ ବେହେରାଙ୍କ ଉପରେ । ଯଥାସାଧ୍ଯ ଚେଷ୍ଟା କରିବା ପାଇଁ ଧ୍ଯାନ ଦେବେ ବୋଲି ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଛନ୍ତି ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.