ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ ): ସମ୍ବଲପୁର ଜିଲ୍ଲାର ଗଡ଼ପୋଷ ଡୁମ୍ବେରମୁଣ୍ଡା ଠାରେ ସଂଗ୍ରାମ ସମିତି କ୍ଳବ ଡୁମ୍ବେରମୁଣ୍ଡା ଆନୁକୁଲ୍ୟରେ ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ପୂର୍ବତନ କୁଚିଣ୍ଡା ବିଧାୟକ ରାଜେନ୍ଦ୍ର ଛତ୍ରିଆ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟନାଥ ନାୟକ, ଅନଶୂଳ ଅଗ୍ରୱାଲ ଓ ଗଡ଼ପୋଷ ସରପଞ୍ଚ ବାଣ୍ଠୁ କେଛୁଆ ପ୍ରମୁଖ ଯୋଗ ଦେଇ ବୀର ବିର୍ସା ମୁଣ୍ଡାଙ୍କ ଫଟୋ ଉପରେ ମାଲ୍ୟାର୍ପଣ କରିଥିଲେ । ଏହାସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅତିଥିମାନେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସଂଗ୍ରାମ ସମିତି କ୍ଳବ ଡୁମ୍ବେରମୁଣ୍ଡା ତରଫରୁ ଏକ ଫୁଟବଲ ଖେଳର ଆୟୋଜନ କରାଯାଇଥିଲା । ଏହି ଖେଳରେ ୧୬ଟି ଦଳ ଯୋଗ ଦେଇଥିବାବେଳେ ଫାଇନାଲ ଖେଳରେ ତେତେରକେଲା ଦଳକୁ ବାଣ୍ଠୁ ଏଣ୍ଡ ବାଣ୍ଠୁ ଖୁଲିପଡ଼ା ଦଳ ପରାସ୍ତ କରି ବିଜୟୀ ହୋଇଥିଲା । କ୍ଳବର ସଭାପତି ବାବୁଲୁ ଟପ୍ପୋ, ଉପସଭାପତି ବିଚିତ୍ର ବାଦୀ, ମୂରଲୀ ଟପ୍ପୋ, କାର୍ତ୍ତିକ ଟପ୍ପୋ, ପ୍ରତାପ ଟପ୍ପୋ, ପ୍ରଶାନ୍ତଟପ୍ପୋ ଓ ପଟେଲ ବାଘଙ୍କ ସହିତ କ୍ଳବର ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published.