କଟକରୁ ପୁଣି ଗିରଫ ହେଲେ ବନ୍ଧୁକ ବେପାରୀ

କଟକ, (ନାଗରାଜ ନ୍ୟୁଜ ): ସିଲଭର ସିଟି କଟକରୁ ପୁଣି ଗିରଫ ହେଲେ ବନ୍ଧୁକ ବେପାରୀ । ୫ଟି ବନ୍ଧୁକ ୩୦ଟି ଗୁଳି ସହ ୩ ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୁଲିସ । ଭୁବନେଶ୍ଵରରୁ କଟକ ସହରରେ ବେପାର କରିବାକୁ ଆଣୁଥିବା ସମୟରେ ଲାଲବାଗ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ହେଉଛନ୍ତି ମିଲନ, ଜିତୁ ଓ କାଳିଆ । ମିଲନ ମୁଖ୍ୟ ଅଭିଯୁକ୍ତ ବୋଲି ଡିସିପି ସୂଚନା ଦେଇଛନ୍ତି । ତିନି ଜଣଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି ।

ମିଲନ ବିରୋଧରେ ଏନଏସଏ ମଧ୍ୟ ଲାଗିଛି । ତେବେ ଚଳିତବର୍ଷ ୬୯ରୁ ଉର୍ଦ୍ଧ୍ଵ ବନ୍ଧୁକ ଜବତ କରାଯାଇଥିବା ବେଳେ ୩୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି । ଏହି ଅଭିଯୁକ୍ତମାନେ ପୂର୍ବରୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଚୋରି ଡ଼କାୟତି ଭଳି କାର୍ୟ୍ୟରେ ଲିପ୍ତ ରହୁଥିଲେ । ପାରାଦ୍ୱୀପ, ପାଟକୁରା, ଜଗତସିଂହପୁର, ରଘୁନାଥପୁର, ବିରିଡ଼ି, ମାଲଗୋଦାମ ଓ ମଙ୍ଗଳାବାଗ ଆଦି ଅଞ୍ଚଳରେ ଏମାନେ ବୁଲି ବୁଲି ଅପରାଧିକ କାର୍ୟ୍ୟ କରୁଥିଲେ ବୋଲି କଟକ ଡ଼ିସିପି ପ୍ରତୀକ ସିଂ କହିଛନ୍ତି ।

Leave a Reply

Your email address will not be published.