ପ୍ରଧାନମନ୍ତ୍ରୀ କଲେ ୟୁପିରେ ‘ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ’ର ଉଦଘାଟନ

ଲକ୍ଷ୍ନୌ, (ନାଗରାଜ ନ୍ୟୁଜ ): ପୂର୍ବାଞ୍ଚଳ ୟୁପିର ସୁଲତାନପୁରରେ ଲକ୍ଷ୍ନୌକୁ ଗାଜିପୁର ସହିତ ସଂଯୋଗ କରୁଥିବା ୩୪୧ କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସବୁଠାରୁ ବଡ଼ ୩୧୪କିମି ବିଶିଷ୍ଟ। ଏହାଦ୍ୱାରା ଲକ୍ଷ୍ନୌରୁ ଗାଜିପୁର ପର୍ଯ୍ୟନ୍ତ ଯିବାକୁ କେବଳ ସାଢେ ଚାରି ଘଣ୍ଟା ଲାଗିବ । ଲକ୍ଷ୍ନୌର ଚାନ୍ଦ ସରାୟରୁ ଆରମ୍ଭ ହୋଇ ଗାଜିପୁର ପର୍ଯ୍ୟନ୍ତ ପହଞ୍ଚିଥିବା ଏହି ଏକ୍ସପ୍ରେସ-ୱେକୁ ନିର୍ମାଣ କରିବାକୁ ୩ ବର୍ଷରେ ୨୨ହଜାର ୪୯୭କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ୩ ରୁ ୪ବର୍ଷ ପୂର୍ବରୁ ଏହା କେବଳ ଖାଲି ପଡ଼ିଆ ଥିଲା । ଏବେ ଏଠାରେ ଏକ ଆଧୁନିକ ଏକ୍ସପ୍ରେସ-ୱେ ହୋଇଛି । ୩ବର୍ଷ ପୂର୍ବରୁ ମୁଁ ଏହାର ଶିଳାନ୍ୟାସ କରିଥିଲି, କେବେ ଭାବି ନ ଥିଲି ଦିନେ ଏହି ଏକ୍ସପ୍ରେସ-ୱେରେ ବିମାନରେ ଓହ୍ଲାଇବି । ଏହି ଏକ୍ସପ୍ରେସ-ୱେରେ ଯୁଦ୍ଧ ବିମାନ ଅବତରଣ କରିପାରିବାର ବ୍ୟବସ୍ଥା ରହିଛି । ଏହି ଏକ୍ସପ୍ରେସ-ୱେ ଲକ୍ଷ୍ନୌ, ବାରବଙ୍କୀ, ଅମେଠି, ଅଯୋଧ୍ୟା, ସୁଲତାନପୁର, ଆମ୍ବେଡକରନଗର, ଆଜମଗଡ଼, ମଉ ଏବଂ ଗାଜିପୁର ପ୍ରଦେଶର କୁଲ ଜିଲ୍ଲା ଦେଇ ଯିବ। ଏବେ ଏହି ଏକ୍ସପ୍ରେସ-ୱେ ୬ଲେନ ହୋଇଥିବାବେଳେ ଏହାକୁ ପରବର୍ତ୍ତି ସମୟରେ ୮ଲେନ କରାଯିବ। ଏହି ଏକ୍ସପ୍ରେସ-ୱେ ୟୁପିକୁ ପୂର୍ବ ଏବଂ ପଶ୍ଚିମ ଅଞ୍ଚଳ ସହ ଯୋଡ଼ିବ । ବର୍ତ୍ତମାନ ଏହି ଏକ୍ସପ୍ରେସ-ୱେକୁ ଟୋଲ ଟ୍ୟାକ୍ସରୁ ମୁକ୍ତ ରଖାଯାଇଛି ।

Leave a Reply

Your email address will not be published.