ସଡ଼କ ଦୁର୍ଘଟଣା: ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ୬ ଜଣ ସଂପର୍କୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିହାର ଲଖିସରାଇ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜମୁଇ ଜିଲ୍ଲା ଖେରା ଥାନା ଭଣ୍ଡରା ଗ୍ରାମର ଗୋଟେ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ୬ ଜଣ ସଂପର୍କୀୟ ହୋଇଥିବାର ସୂଚନା ମିଳିଛି । ସୁଶାନ୍ତ ସିଂ ରାଜପୁତଙ୍କ ଭିଣୋଇ ତଥା ହରିଆଣା କ୍ୟାଡରର ଆଇପିଏସ ଓମ ପ୍ରକାଶ ସିଂଙ୍କ ପରିବାର ଲୋକଙ୍କ ମୃତ୍ୟୁ ହୋଇଥିବାର ଜଣାଯାଇଛି । ଓମପ୍ରକାଶ ସିଂଙ୍କ ଭଉଣୀର ଅନ୍ତିମ ସଂସ୍କାର କରି ମୋଟ ୧୦ ଜଣ ଲୋକ ଗାଡିରେ ଫେରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲା । ଏଥିରେ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published.