ବାଙ୍କାଚୁଡା ରୂପରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ, (ନାଗରାଜ ନ୍ୟୁଜ ): ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ଆଜି ଗରୁଡ ଦ୍ୱାଦଶୀ । ମହାପ୍ରଭୁ ଭକ୍ତମାନଙ୍କୁ ବାଙ୍କାଚୁଡା ରୂପରେ ଦର୍ଶନ ଦେଇଛନ୍ତି । ଗତକାଲି ବଡ଼ ଏକାଦଶୀ ପଡିଥିବାରୁ ମନ୍ଦିର ବନ୍ଦ ରହିଥିଲା । ଆଜି ଗରୁଡ଼ ଦ୍ୱାଦଶୀରେ ମନ୍ଦିରକୁ ଭକ୍ତମାନଙ୍କୁ ଦର୍ଶନ ନିମନ୍ତେ ଅନୁମତି ମିଳିଛି । ପ୍ରଭୂଙ୍କ ଦୁର୍ଲଭ ରୂପ ଦେଖି ଭକ୍ତମାନେ ଆନନ୍ଦିତ ହୋଇଥିବାର କହିଛନ୍ତି । ତେବେ ପୁରୀରେ ବାହାରୁ ଆସିଥିବା ଭଜନ ମଣ୍ଡଳୀ ଭଜନ କିର୍ତ୍ତନ କରି ବେଢ଼ା ପରିକ୍ରମା କରିଥିଲେ । ଯାହା ଭକ୍ତମାନଙ୍କୁ ଆନନ୍ଦିତ କରିଥିଲା ।

Leave a Reply

Your email address will not be published.