ସମ୍ବଲପୁର ଜିଲ୍ଲାର ବାମରା ବ୍ଳକ ଜୋନ (କ)ରେ ବିଜେଡିର ବାଜିମାତ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମ୍ବଲପୁର ଜିଲ୍ଲାର ବାମରା ବ୍ଳକ ଜୋନ (କ)କୁ‌ ବିଜେଡି ଅକ୍ତିଆର କରିନେଇଛି । କିନାବଗା ପଞ୍ଚାୟତରେ ଦୁଇ ଥର ସରପଞ୍ଚ ହୋଇଥିବା ଏବଂ ଥରେ ସମିତି ସଭ୍ୟ ହୋଇଥିବା କୃଷ୍ଣ ଚନ୍ଦ୍ର ଟପ୍ପୋଙ୍କୁ ବିଜେଡି ଟିକେଟ ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ସେହିପରି ଗଡପୋଷ ପଞ୍ଚାୟତରେ ୩ ଥର ସରପଞ୍ଚ ହୋଇଥିବା‌ ବାଣ୍ଠୁକେଛୁଆକୁ କଂଗ୍ରେସ ଭରସା କରି ଟିକେଟ ଦେଇଥିଲେ । ଦେଉକରନଲୁହାକୁ ଭାରତୀୟ ଜନତା ପାର୍ଟି ଛିଡ଼ା କରିଥିଲା । ହେଲେ ବିଜେଡି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ଟପ୍ପୋ ଦୁଇ ଜଣକୁ ବହୁ ପଛରେ ପକାଇସେ ଜିଲ୍ଲା ପରିଷଦ ଆସନରେ ବାଜିମାତ କରିଛନ୍ତି । କୃଷ୍ଣ ଚନ୍ଦ୍ର ଟପ୍ପୋ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଦେଉକରନଲୁହାକୁ ୭୬୬୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । କୃଷ୍ଣ ଚନ୍ଦ୍ର ଟପ୍ପୋ ୧୭୨୮୨ଭୋଟ ପାଇଥିବାବେଳେ ବିଜେପି ୯୬୧୯ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । କଂଗ୍ରେସ ଦଳର ବାଣ୍ଠୁକେଛୁଆ ମାତ୍ର ୩୦୯୪ ଖଣ୍ଡ ଭୋଟପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

Leave a Reply

Your email address will not be published.