ପୁରୀରେ ବିଜେଡିର ବିଶାଳ ଶୋଭାଯାତ୍ରା, ବିଧାୟକଙ୍କ କୁଶପୁତ୍ତଳିକା ଦାହ

ପୁରୀ, (ନାଗରାଜ ନ୍ୟୁଜ): ପ୍ରଭୁ ଜଗନ୍ନାଥଙ୍କ ନାମକୁ ନେଇ ଆଜି ପୁରୀ ସହରରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା । ବିଜେପି ବିଧାୟକ ଜୟନ୍ତ ଷଢଙ୍ଗୀ ଓ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ତେବେ ପ୍ରଭୁ ଜଗନ୍ନାଥଙ୍କ ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଏହି ଶୋଭା ଯାତ୍ରା ବାହାରିଥିଲା । ସୂଚନା ଅନୁସାରେ ଏହି ଶୋଭାଯାତ୍ରାରେ ସୁନୀଲ ମହାନ୍ତି, ଅଶୋକ ମିଶ୍ର, ସୂକ୍ତି ରଥ ଓ ବିଜେଡିର ଅନେକ କର୍ମୀ ଯୋଗ ଦେଇ କୁଶପୁତ୍ତଳିକା ଦାହ କରିଥିଲେ ।

ଜଗନ୍ନାଥଙ୍କ ନାମର ଅପବ୍ୟବହାର ଓ ପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରାନଯାଉ ବୋଲି ବିଜେଡି କର୍ମୀମାନେ କହିଥିଲେ ।

Leave a Reply

Your email address will not be published.