କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣା: କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ହାଜର ହେଲେ ୫ ଅଭିଯୁକ୍ତ

କଟକ, (ନାଗରାଜ ନ୍ୟୁଜ): ରାଜ୍ୟର ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କ ର ହତ୍ୟା କାଣ୍ଡ ରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କର 4ଜଣେ ସହଯୋଗୀ ଙ୍କୁ ଆଜି କଡା ନିରାପତ୍ତା ମଧ୍ୟରେ ବକ୍ସିବଜାର ସ୍ଥିତ କ୍ରାଇମ୍ ବ୍ରାଞ୍ଚ ର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି । ହତ୍ୟା କାଣ୍ଡ ର ମୁଖ୍ୟ ଆସାମୀ ଶର୍ମିଷ୍ଠା ଏବଂ ତାଙ୍କର 4ଜଣ ସହଯୋଗୀଙ୍କୁ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ 5ଦିନ ପାଇଁ ରିମାଣ୍ଡରେ ଅଣାଯାଇଛି। ଗତକାଲି ଶର୍ମିଷ୍ଠା ଙ୍କୁ ଭଦ୍ରକ ଜିଲ୍ଲାର ଏସ ଡି ଜି ଏମ କୋର୍ଟ ରେ ହାଜର କରାଯିବା ପରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତ ଆସାମୀ ମାନଙ୍କୁ ରିମାଣ୍ଡ ରେ ଆଣିବା ପାଇଁ କୋର୍ଟରେ ପ୍ରାର୍ଥନା କରାଯାଇ ଥିଲା ।ଗତ କାଲି ଶର୍ମିଷ୍ଠା ରାଉତ ତାଙ୍କ ସହ ଯୋଗୀ ଝୁନା ଭୋଇ ଙ୍କୁ ଭଦ୍ରକର ନାଳଙ୍ଗା ଠାରେ ବସରେ ଆସୁଥିବା ବେଳେ ଗିରଫ କରାଯାଇଛି।ଆଜି ସକାଳ 9ଟା 30ମି ରେ ଅଭିଯୁକ୍ତ ଦ୍ୱୟଙ୍କୁ କଡା ସୁରକ୍ଷା ବଳୟ ରେ କଟକ କ୍ରାଇମ୍ ବ୍ରାଞ୍ଚ ର ମୁଖ୍ୟ କାର୍ଯ୍ୟାଳୟ କୁ ଅନା ଯାଇଛି। ଏହା ବ୍ୟତିତ ଶର୍ମିଷ୍ଠାଙ୍କ ସହଜୋଗି ନିରଞ୍ଜନ ସେଠୀ ଓ ରଞ୍ଜନ ନାଏକ ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିଲେ।ଶର୍ମିଷ୍ଠା ସହଜୋଗି ନିରଞ୍ଜନ ସେଠୀ ଓ ରଞ୍ଜନ ନାଏକ ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିଲେ।ଶର୍ମିଷ୍ଠା ସହ 4ଜଣ ସ୍ବତନ୍ତ୍ର କୋଠରୀ ରେ ହତ୍ୟା କାଣ୍ଡ ସମ୍ପର୍କ ରେ ପଚରା ଉଚୁରା କରାଯାଉଛି।ଏହି ହତ୍ୟାକାଣ୍ଡ ପଛରେ ଆଉ କାହାର ହାତ ରହିଛି ତାହାକୁ ନେଇ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଖୋଲ ତାଡ଼୍ ଚାଲିଛି। ପୋଲିସ ଦୀର୍ଘ ଦେଢ଼ ମାସ ଧରି ବହୁ ଚର୍ଚ୍ଚିତ ମାନସ ସ୍ବାଇଁଙ୍କ ର ଅପ ହରଣ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହ ଯୋଗୀ ଝୁନା ଭୋଇ ଙ୍କୁ ଗିରଫ ପରେ କ୍ରାଇମ୍ ବ୍ରାଞ୍ଚ କିଛି ଟା ଆଶ୍ୱସ୍ତି ଲାଭ କରିଛି। ମାନସ ଅପ ହରଣ ନେଇ ପରିବାର ଲୋକଙ୍କର ଅଭିଯୋଗ ପରେ ଚାନ୍ଦ ବାଲି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରିଥିଲା।ଏପରିକି ଏହି ଘଟଣାରେ ଶର୍ମିଷ୍ଠା କୁ ପୋଲିସ 2 ଥାନାକୁ ଡ଼ାକି ପଚରା ଉଚୁରା କରିବା ପରେ ଛାଡ଼ି ଥିଲା। ପରବର୍ତ୍ତୀ କାଳରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଏହି ହତ୍ୟା କାଣ୍ଡ ର ତଦନ୍ତ ଭାର ହାତକୁ ନେଇଥିଲା ।କ୍ରାଇମ୍ ବ୍ରାଞ୍ଚ ଏହି ହତ୍ୟା କାଣ୍ଡ ରେ ଶର୍ମିଷ୍ଠା ରାଉତଙ୍କ ର ସମ୍ପୃକ୍ତି ଥିବାର ସୁରାକ ମିଳିବା ପରେ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଲା। ଦୀର୍ଘ ଦେଢ଼ ମାସ ଧରି ଶର୍ମିଷ୍ଠା ଏବଂ ତାଙ୍କ ସହ ଯୋଗୀ ଝୁନା ଭୋଇ ପୋଲିସ ସହିତ ଲୁଚକାଳି ପରେ ଗତ କାଲି ଭଦ୍ରକ ଜିଲ୍ଲାର ନଳଙ୍ଗା ରୁ ଧାରା ପଡିଛନ୍ତି। ଆଜି ମଙ୍ଗଳ ବାର କ୍ରାଇମ୍ ବ୍ରାଞ୍ଚ ର ମୁଖ୍ୟ କାର୍ଯ୍ୟାଳୟ ଠାରେ ହତ୍ୟା କାଣ୍ଡ ସମ୍ପର୍କରେ ପଚରା ଉଚୁରା ଚାଲିଛି।

Leave a Reply

Your email address will not be published.