ପୋଲିସ ସାଜିଲା ପୋଲିସର ଶତ୍ରୁ

କଟକ, (ନାଗରାଜ ନ୍ୟୁଜ): ଥାନା ଅଧିକାରୀ ଙ୍କ ଚାପ ସହି ନପାରି ହାବିଲଦାର ଙ୍କ ଆତ୍ମହତ୍ୟା ଉଦ୍ୟମ । ମାତ୍ରାଧିକ ପରିମାଣର ମୁଷା ମରା ମେଡିସିନ ଖାଇ ଗୁରୁତର ଅବସ୍ଥାରେ ପ୍ରଥମ ଭଦ୍ରକ ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଜଟିଳ ହେଵାରୁ ଭଦ୍ରକ ମେଡ଼ିକାଲ ଫେରାଇବା ପରେ କଟକ ର ଏକ ଘରୋଇ ହସ୍ପିଟାଲ ର ଆୟୁସୁ ରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କ ଅବସ୍ଥା ବହୁ ଖରାପ ଥିବା ତାଙ୍କ ଝିଅ କହିଛନ୍ତି । ଲୁଗା ଶୁଖେଇବାକୁ କେନ୍ଦ୍ର କରି ହାଵିଲଦାର ବୈକୁଣ୍ଠ ଦାସ ଓ ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଵଚସା ହୋଇଥିଲା। ଏହାକୁ କେନ୍ଦ୍ର ଭଦ୍ରକ ଟାଉନ ଥାନାରେ ଉଭୟଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା। ଏ ନେଇ ଟାଉନଥାନା ମଧ୍ୟସ୍ଥିଙ୍କ ଉପସ୍ଥିତରେ ଲିଖିତ ଭାବେ ବୁଝାମଣା ହୋଇଥିଲା। ପରେ କିନ୍ତୁ ହାବିଲଦାର ବୈକୁଣ୍ଠ ଦାସ ଗତକାଲିର କଥାକୁ ଭାବି ଭାବି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ଜଦି ଥାନା ଅଧିକାରୀ ଙ୍କ ସହ ଅନ୍ୟ କର୍ମଚାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ପୀଡିତ ପରିବାର ଡିଜିପିଙ୍କୁ ଭୋଟିବ ବୋଲି ତାଙ୍କ ଝିଅ ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published.