ଜିଲ୍ଲାସ୍ତରୀୟ ଆଶା ଏବଂ ଗାଁ କଲ୍ୟାଣ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଶାକର୍ମୀ ମାନଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ମହାମାରୀ କରୋନା ସମୟରେ ସମସ୍ତେ ସୁରକ୍ଷିତ ରହିବାକୁ ଉଦ୍ୟମ କରୁଥିବା ବେଳେ ଆଶା କର୍ମୀ ମାନେ ଘର ଘର ବୁଲି ଅନ୍ୟମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତଥ୍ୟ ରଖୁଥିଲେ । କୋଭିଡ ରୋଗୀ ମାନଙ୍କୁ ନେବା ଆଣିବା ବ୍ୟବସ୍ଥା, ଶତ ପ୍ରତିଶତ ଟୀକାକରଣ ହାସଲ, ବିଭିନ୍ନ ସ୍ବାସ୍ଥ୍ୟ ସର୍ବେକ୍ଷଣ ବେଳେ ସେମାନଙ୍କ ଭୂମିକା ପ୍ରଶଂସନୀୟ । କରୋନାରେ ପ୍ରାଣ ହରାଇଥିବା ଆଶକର୍ମୀ ମାନଙ୍କ ମଧ୍ୟ ଜିଲ୍ଲାପାଳ ସ୍ମୃତିଚାରଣ କରିଛନ୍ତି । କୋଭିଡ ପରିଚାଳନାରେ ଓଡିଶା ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ହେବା କ୍ଷେତ୍ରରେ କରୋନା ଯୋଦ୍ଧା ଭାବେ ଆଶା ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବା ଶ୍ରୀ ବର୍ମା କହିଛନ୍ତି । ଏହି ଅବସରରେ ଡେଲାଙ୍ଗ ବ୍ଲକ ଅରିସଲର ଆଶାକର୍ମୀ ସଚଳା ବେହେରା, କଣାସ ଗଡିଶାଗଦାର ଝୁନାମଣି ପାଇକରାୟ, ପିପିଲି ଗୁଡିଆପୋଖରୀର ମଞ୍ଜୁବାଳା ଦେବୀଙ୍କୁ କରୋନା ମହାମାରୀ ସମୟରେ ସେମାନଙ୍କ ଅବଦାନ ନିମନ୍ତେ ମାନପତ୍ର, ଟ୍ରଫି ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରି ସମ୍ମାନିତ କରାଯାଇଛି । ଏଥିସହ ୧୨ଟି ଗାଁ କଲ୍ୟାଣ ସମିତି, ୫ ଗ୍ରାମ ପଞ୍ଚାୟତ ୧୦ଟି ମହିଳା ଆରୋଗ୍ୟ ସମିତିକୁ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ସୁଦର୍ଶନ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର, ରାଜ୍ୟ ସ୍ୱାସ୍ଥ୍ୟ ମିଶନ ଓଡିଶା ତରଫରୁ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସେବା ଯୋଗାଇ ଦେବାରେ ଆଶାକର୍ମୀ ମାନଙ୍କ ଅବଦାନ ଉପରେ ମତବ୍ୟକ୍ତ କରିଥିଲେ । ଆଶା ସଂଯୋଜକ ଶ୍ରୀ ଅଶୋକ କୁମାର ସାହୁ ଏହି ସମ୍ମିଳନୀର ଉଦେଶ୍ୟ ସଂପର୍କରେ ଉଲ୍ଲେଖ କରିଥିଲେ I ଆଶା ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏବଂ ପୁରସ୍କୃତ କରାଯାଇଥିଲା । କୁଇଜି ପ୍ରତିଯୋଗିତା କରାଯାଇ ସଠିକ ଉତ୍ତର ଦେଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟ ପୁରସ୍କୃତ କରାଯାଇଥିଲା I

ଡିପିଏମ ଟି. ନାରାୟଣ ରାଓ, ଶ୍ରୀ ଯୁକ୍ତ ବିଜୟ ନାୟକ , ଜ଼ିଲ୍ଲା ହିସାବ ରକ୍ଷକ ପରିଚାଳକ, ଜ଼ାତୀୟ ସ୍ୱାସ୍ଥ୍ୟ ମିଶନ, ପୁରୀ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଯୁକ୍ତ ରବୀନ୍ଦ୍ର ପ୍ରଧାନ , ଡି ପି ଏ ଚ ସି ଓ, ପୁରୀ , ଶ୍ରୀ ସନ୍ତୋଷ ମିଶ୍ର, ଏ ପି ମ, ଶ୍ରୀ ପ୍ରଶାନ୍ତ ବରାଳ, ଡି ଏମ ଆର ସି ଏଚ, ଶ୍ରୀ ମନୋଜ ପଣ୍ଡା, ଆସିଷ୍ଟାଣ୍ଟ ମ୍ୟାନେଜେର, ଡି ଡି ମ , ଆସିଷ୍ଟାଣ୍ଟ ମ୍ୟାନେଜେର ର ବି ସ କେ ମ୍ୟାନେଜେର, ଆସିଷ୍ଟାଣ୍ଟ ମ୍ୟାନେଜେର ଅଲ ଏ ଆଇ ସଏବଂ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ I

Leave a Reply

Your email address will not be published.