ପୁରୀରୁ ବେଲଦଳ ନୂଆନଈ ପର୍ଯ୍ୟନ୍ତ କୋଷ୍ଟାଲ ଟ୍ରେକିଂ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଟ୍ରେକିଂ କ୍ଲବ ଦ୍ୱାରା ପୁରୀରୁ କୋଣାର୍କ ବେଲଦଳ ନୂଆନଈ ପର୍ୟ୍ୟନ୍ତ ବାଲିରେ ଚାଲି ଚାଲି କୋଷ୍ଟାଲ ଟ୍ରେକିଂ କରାଯାଇଥିଲା । ଏହି କୋଷ୍ଟାଲ ଟ୍ରେକିଂରେ ୨୫ଜଣ ଯୁବକ ସାମିଲ ହୋଇଥିଲେ । ଦୀର୍ଘ ୮ବର୍ଷ ଧରି ଟ୍ରେକିଂ କ୍ଳବ ଦ୍ବାରା ବର୍ଷରେ ଦୁଇଥର ପୁରୀରୁ ବ୍ରହ୍ମଗିରି ବାଲିହରଚଣ୍ଡୀ ବେଳାଭୂମି ଓ ପୁରୀରୁ ବେଲେଦଳ ନୂଆନଈ ପର୍ଯ୍ୟନ୍ତ ବେଳାଭୂମି ସଫେଇ ଓ ମରି ପଡିଥିବା ଅଲିଭ ରିଡେଲ କଇଁଛଙ୍କ ଶବକୁ ଊଦ୍ଧାର କରାଯାଇ ବାଲିରେ ପୋତା ଯାଇଥାଏ । ଯାହାକି ଆଜି ବେଳାଭୂମି ସଫେଇ ଓ ଅଲିଭ ରିଡଲେ କଇଁଛଙ୍କ ଶବକୁ ପୋତାଯାଇଥିଲା ।

ଏଥିରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଟ୍ରେକିଂକୁ ଶୁଭାରମ୍ଭ କରିଥିଲେ । ଆଜି ଶୀତୁଆ ସକାଳୁ ଟ୍ରେକର ଯୁବକମାନେ ବେଳାଭୂମିରେ ଚାଲି ଚାଲି ଯିବା ସମୟରେ ୪ଟି ଅଲିଭ ରିଡଲେ କଇଁଛ ଏବଂ ମତ୍ସ୍ୟଜୀବୀମାନେ ଛାଡିଦେଉଥିବା ଜାଲ ପରିତ୍ୟକ୍ତ ଅବସ୍ଥାରେ ପଡିଥିଲା । ତାକୁ ନେଇ ବେଳାଭୂମିର ଉପରକୁ ନେଇ ଗୋଟିଏ ଗୋଟିଏ ସ୍ଥାନରେ ଏକତ୍ରିତ କରାଯାଇଥିଲା । ଗୋଟେ ପଟେ କୋଷ୍ଟାଲ ଟ୍ରେକିଂ ଦ୍ବାରା ବାଲୁଖଣ୍ଡ ଅଭୟାରଣ୍ୟର ଜଙ୍ଗଲ ସହ ସମୁଦ୍ରର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରି ବେଳାଭୂମିର ସୁରକ୍ଷା ବାର୍ତ୍ତା ଦେବା ସହ ସିଡୁଲ ୧ ପ୍ରାଣୀ ବିରଳ ଆଲିସ ରିଡଲେ କଇଁଛଙ୍କ ସୁରକ୍ଷା କରାଯିବା ଆବଶ୍ୟକ ବୋଲି ବାର୍ତ୍ତା ପ୍ରଦାନ କରାଯାଇଛି । ବେଳାଭୂମି ସଫା ଏବଂ ସୌନ୍ଦର୍ଯ୍ୟ ରହିଲେ ପର୍ଯ୍ୟଟନର ବିକାଶ ଘଟିବ ଏବଂ ଦୂରଦୂରାନ୍ତରରୁ ଆସୁଥିବା ପୁରୀ ସ୍ବର୍ଣ୍ଣାଭ ବେଳାଭୂମି ପ୍ରତି ଆର୍କଷିତ ହେଲେ ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କର ଆଗମନ ହେବ ।

Leave a Reply

Your email address will not be published.