ଦୁର୍ଘଟଣାରେ ମହିଳା ମୃତ, ଜଣେ ଗୁରୁତର

ଖଇରା, (ନାଗରାଜ ନ୍ୟୁଜ): ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଦୃତ ଗତିରେ ଏକ ଟ୍ରକ ଆସି ରାସ୍ତାରେ ଯାଉଥିବା ବାଇକ ଆରୋହୀକୁ ଧକ୍କା ଦେଇଥିଲା । ଧକ୍କାରେ ଖଇରା ଉଦୟପୁର ଗ୍ରାମର ବାଇକ ଚାଳକ ସଞ୍ଜୟ ବେଜ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ବାଇକରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ବାଇକ ଧକ୍କା ପରେ ଟ୍ରକ ରୋଡ ପାର୍ଶ୍ୱରେ ଛିଡ଼ା ହୋଇଥିବା ପିସିଆର ଭ୍ୟାନକୁ ଧକ୍କା ଦେବାରୁ ଭ୍ୟାନ କ୍ଷତିଗ୍ରସ୍ତ ହୋଇଛି । ଭ୍ୟାନରେ ଥିବା ୫ ପୋଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତ ମହିଳାଙ୍କ ପରିଚୟ ମିଳିନି । ମୃତକ ଏବଂ ଆହତ ଉଭୟଙ୍କୁ ଖଇରା ପୋଲିସ ସୋର ଡାକ୍ତରଖାନାକୁ ପଠାଇଥିଲା ।

Leave a Reply

Your email address will not be published.