ସ୍ୱର୍ଣ୍ଣ ପଦକ ବିଜୟୀ ବଡି ବିଲ୍ଡରଙ୍କୁ ସମ୍ବର୍ଦ୍ଧନା

ପୁରୀ,(ନାଗରାଜ ନ୍ୟୁଜ): କର୍ଣ୍ଣାଟକ ର ମାଙ୍ଗାଲୋର ଠାରେ ଚଳିତ ମାସ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ବଡି ବିଲଡିଙ୍ଗ ଚମ୍ପିୟାନସିପର ୭୫ ରୁ ୮୦ କି ଗ୍ରା ବର୍ଗରେ ପୁରୀ ର ଦିବ୍ୟ ଶୁଭ୍ରାଶିଷ ଚିନାରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ଏହି ସଫଳତା ପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀ ଚିନାରା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ନିଷ୍ଠା,ଆନ୍ତରିକତା ଓ ପ୍ରତବଦ୍ଧତା କୁ ବଜାୟ ରଖିବା ସହ ଜିଲ୍ଲା ତଥା ରାଜ୍ୟ ପାଇଁ ଆହୁରି ଅନେକ ଗୌରବ ଆଣିବା ପାଇଁ ସେ ଆଶା ବ୍ୟକ୍ତ କରିଥିଲେ।ଏହି ସମ୍ବର୍ଦ୍ଧନା ସମୟରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ବାର ଆସୋସିଏସନ ର ସମ୍ପାଦକ ବିଭୁତି ଶଙ୍କର ତ୍ରିପାଠୀ, ପୂର୍ବତନ ସମ୍ପାଦକ ଶାରଦା ପ୍ରସାଦ ସାମଲ,ସୁରଜ ମଲ୍ଲ ସାହା କଲେଜର ପି ଇ ଟି ହରିହର କର, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.