ପତ୍ନୀକୁ ହତ୍ୟାକରି ସ୍ୱାମୀର ଆତ୍ମହତ୍ୟା

ଖଇରା, ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରୁଗାଁ ପଞ୍ଚାୟତ ଅଧିନ ତିଳୋଦା ଗାଁରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି।ପରିବାର କଳହରୁ ମଦ୍ୟପାନ କରି ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ପରେ ବିଷ ପିଇ ସ୍ୱାମୀର ଆତ୍ମହତ୍ୟା।ସ୍ୱାମୀ ଜଣକ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।ଗତକାଲି ତିଳୋଦା ଗାଁର ବାବୁ ଦାସ ମଦ୍ୟପାନ କରି ତାଙ୍କ ପତ୍ନୀ ମିନତୀ ଦାସ ସହିତ ଝଗଡ଼ା କରିଥିଲେ।ପରେ ଉତ୍ୟକ୍ତ ହୋଇ ମିନତୀଙ୍କୁ ବାଡ଼ିରେ ପିଟିପିଟି ହତ୍ୟା କରିଥିଲେ।ପରେ ସ୍ଥାନୀୟ ବାସିନ୍ଦା ୧୦୮ଆମ୍ବୁଲାନ୍ସ ଯୋଗେ ମିନତୀଙ୍କୁ ଖଇରା ମେଡିକାଲକୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପରେ ପତ୍ନୀର ମୃତ୍ୟୁ ଖବର ଶୁଣି ସ୍ୱାମୀ ବାବୁ ଦାସ ଘରେ ଥିବା ବିଷ ପିଇଦେଇଥିଲେ।ପରେ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାବୁଙ୍କୁ ଗିରଫ କରି ଖଇରା ମେଡିକାଲରେ ଚିକିତ୍ସା କରିବା ସହିତ ତାଙ୍କ ପତ୍ନୀ ମିନତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ପଠାଇ ତଦନ୍ତ ଚଳାଇଥି।ପରେ ବାବୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ।ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।ଗତ ରାତିରେ ମୀନତୀଙ୍କ ଶବକୁ ଗ୍ରାମବାସୀ ସବସତ୍କାର କରିଥିଲେ।ବାବୁଙ୍କ ୫ଟି ଝିଅ ଥିବାବେଳେ ବଡ଼ ଝିଅର ବାହାଘର ହୋଇଯାଇଛି।ଘରେ ବାପା,ମାଙ୍କୁ ହରାଇ ୪ଝିଅ ଏବେ ବେସାହାରା ହୋଇଯାଇଛନ୍ତି।ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ୪ ଅନାଥ ଝିଅଙ୍କର ରକ୍ଷଣା ବେକ୍ଷଣ ପାଇଁ ଗ୍ରାମବାସୀ ଦାବିକରିଛନ୍ତି।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.