ନକଲି ମଦ ଜବତ, ୭ ଗିରଫ

ଖଇରା, (ନାଗରାଜ ନ୍ୟୁଜ): ଭଦ୍ରକ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଓ ବାସୁଦେବପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥ ପୁର,ଵେତଡା, ଚୁଡ଼ାମଣି,ନୁଆ ଗାଁ ଅଞ୍ଚଳରେ ଚଢାଉ କରାଯାଇ ଦେଶୀ, ବିଦେଶୀ ଓ ନକଲି ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ 7 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭୁବନ ମଲିକ,ଜଡ଼ା ମଲିକ, ଲକ୍ଷ୍ମୀପ୍ରିୟା ଓଝା,ସିଧେସୁଅର ମଲିକ, ମନୋଜ ମଲିକ, ଶୁଶାନ୍ତ ମଲିକ ଓ ଶକରା ମଲିକ । ଆଗକୁ ଆହୁରି ଏହିଭଳି କାର୍ଯ୍ୟ ଜାରି ରହିବ ବୋଲି ଅବକାରୀ ଅଫିସର କହିଛନ୍ତି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.