ସୋରରେ ପ୍ରବାଦପୁରୁଷ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଖଇରା, (ନାଗରାଜ ନ୍ୟୁଜ): ସୋରରେ ପ୍ରବାଦପୁରୁଷ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ । ଘଟଣା ରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡାଙ୍କ ଦ୍ଵାରା ପ୍ରବାଦ ପୁରୁଷ ତଥା ଓଡ଼ିଆ ଜାତିର ସ୍ୱାଭିମାନ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଛି । ସକାଳେ ବାରୁଣୀ ଘାଟ ଠାରେ ତିଳ ତର୍ପଣ କରିବା ସହ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରାଧାନାଥ ସ୍ମୃତି ମଣ୍ଡପ ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୨୧୧ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମରେ ୪୫ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଜୟୀରାମ ଦାସ ଜୟନ୍ତ ସ୍ୱାଇଁ ପ୍ରମୁଖ ନେତୃତ୍ବ ନେଇଥିଲେ ଏବଂ ସର୍ବଶେଷରେ ରକ୍ତଦାନ କରିଥିବା ଏବଂ ଆୟୋଜନ କରିଥିବା ବନ୍ଧୁମାନଙ୍କୁ ମାନ୍ୟବର ବିଧାୟକ ପର୍ଶୁରାମ ଧଡା ଧନ୍ୟବାଦ ଦେବା ସହ ମୁଖ୍ୟନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.