ପାର୍ଥିପତ୍ର ଦାଖଲ ପାଇଁ ବ୍ଲକ ଆଗରେ ଭିଡ଼

ବାଙ୍କୀ, (ନାଗରାଜ ନ୍ୟୁଜ): ପାର୍ଥିପତ୍ର ଦାଖଲ ପାଇଁ ବ୍ଲକ ଆଗରେ ଭିଡ଼ । ପାର୍ଥିପତ୍ର ଦାଖଲ ସମୟ ସୀମା ଯେତିକି ପାଖେଇ ଆସୁଛି ପାର୍ଥିଙ୍କ ଭିଡ଼ ସେତିକି ଜମିବାରେ ଲାଗିଛି । ଏଥର ବିଭିନ୍ନ ପଂଚାୟତର ସମିତି ସଭ୍ୟ ପାର୍ଥି ଆବେଦନପାଇଁ ବ୍ଲକ ଆଗରେ ଭିଡ଼ ଲାଗି ରହୁଛି । ସବୁଠୁ ବଡ଼ କଥା ହେଲେ ଏଥର ବାଙ୍କୀ ରତାଗଡ଼ ଗୋପାଳପୁର ପଂଚାୟତ ପାଇଁ ଯୁବ ପିଢ଼ିଙ୍କୁ ଆଗକୁ ଯିବାକୁ ଗାଁ ଲୋକଙ୍କ ପସନ୍ଦ । ଆଗରୁ ଯେଉଁମାନେ ନିର୍ବାଚିତ ହୋଇଥିଲେ ସେମାନେ ଲୋକଙ୍କ ସେବା କରିବାରେ ବିଫଳ ଥିଲେ । ତେଣୁ ଯୁବ ସମାଜସେବୀ ଶିକ୍ଷିତ ଯୁବକ ପ୍ରସନ୍ନ କୁମାର ସାହୁ ସମିତି ସଭ୍ୟ ପାର୍ଥି ଭାବେ ପାର୍ଥିପତ୍ର ଦାଖଲ କହିଛନ୍ତି । ସେ ଜିତିବାର ଆଶା ମଧ୍ୟ ରହିଛି । ତେବେ ନିର୍ବାଚନ ପରେ ଜଣାପଡିବ ଲୋକେ କେତେଦୂର ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published.