ପୁତୁରାକୁ ବଞ୍ଚେଇବାକୁ ଯାଇ ଦାଦାର ମୃତ୍ୟୁ

ବାରଙ୍ଗ, (ନାଗରାଜ ନ୍ୟୁଜ ): ବାରଙ୍ଗ ଥାନା ଅନ୍ତର୍ଗତ କୁସିନ୍ଦା ଗ୍ରାମର କ୍ଷେତ୍ରବାସୀ ମୁଦୁଲିଙ୍କ ସାନ ପୁଅ ପ୍ରଶାନ୍ତଙ୍କ ପୁତୁରା ଆକାଶ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା । ଆକାଶର ଗୋଡ଼ ଖସି ଯିବାରୁ ନଦୀରେ ବୁଡି ଯାଇଥିଲେ । ଏହା ଦେଖିବା ପରେ ଦାଦା ପ୍ରଶାନ୍ତ ନଦୀକୁ ଡେଇଁ ପଡ଼ିଥିଲେ । ନିଜେ ନଦୀର ପ୍ରଖର ସ୍ରୋତରେ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ବେଳକୁ ସ୍ଥାନୀୟ ଲୋକେ ତାଙ୍କୁ ମୃତ ଅବସ୍ଥାରେ ନଦୀରୁ ଉଦ୍ଧାର କରିଥିଲେ । ମୃତ ପ୍ରଶାନ୍ତଙ୍କ ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ପ୍ରଶାନ୍ତ ଘରର ସମସ୍ତଙ୍କ ଠାରୁ ସାନ ଥିଲେ । ତେବେ ଏହି ଦୁଃଖଦ ଖବର ଜାଣିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published.