ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ HRର ଦାଦାଗିରି

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଧୀନରେ ଥିବା ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ କଟଙ୍ଗ ଗ୍ରାମର ଜଣେ ହରିଜନ ଯୁବକକର ଜାତିକୁ ଆକ୍ଷେପ କରି ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ ର HR ଦିଲିପ୍ କୁମାର ପାଣିଗ୍ରାହୀ ଗାଲିଗୁଲଜ କରିବା ସହିତ ହତ୍ୟା ଧମକ ଦେବା ଅଭିଯୋଗ ରେ ଗତକାଲି ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଏତଲା ଦାଏର କରାଯାଇଥିବା ଜଣାପଡ଼ିଛି। ଲିଖିତ ଅଭିଯୋଗ ରୁ ଜଣାଯାଏ ଯେ,କଟଙ୍ଗ ଗ୍ରାମର ୬ଜଣ ହରିଜନ ଲୋକଙ୍କ ୧୦ଏକରରୁ ଉର୍ଦ୍ଧ ପୈତୃକ ଜମିକୁ ମାତାରିଣୀନାମକ କମ୍ପାନୀ ର ମାଲିକ୍ ବିଭିନ୍ନ ପ୍ରଲୋଭନ ଦେଖାଇ ହଡ଼ପ କରି ଦୀର୍ଘଦିନ ପର୍ଯ୍ୟନ୍ତ ସେମାନଙ୍କୁ ଧରାଛୁଆ ନଦେଇ ଡାଲମିଆ ଭାରତ ସିମେଣ୍ଟ କୁ ସେହି ଜମିକୁ ବିକ୍ରୀ କରିଦେଇଛି। ବର୍ତମାନ ସେହି ଜମିକୁ ଡାଲମିଆ ଭାରତ ନିଜ କବ୍ଜାକୁ ନେଇ କାର୍ଯ୍ୟ ଆରମ୍ଭ କରୁଥିବା ରୁ ଜମିହରା ହରିଜନ ପରିବାର କମ୍ପାନୀ କୁ ନିଜଜମି ବଦଳରେ ଚାକିରି ଦେବାପାଇଁ ଅନୁରୋଧ କରିଥିଲେ। କମ୍ପାନୀ ବାରମ୍ବାର ଆଶ୍ଵାସନା ଦେଇ ଠକିଚାଲିଥିବାରୁ ଗତ ୧୬ତାରିଖ ଦିନ ଜମିହରା ପରିବାର ଙ୍କ ଜମିରେତିଆରିକରିଥିବା କମ୍ପାନୀ ବାଉଣ୍ଡ୍ରୀ କୁ ତାଲା ପକାଇ ଧାରଣାଦେଇଥିଲେ। ପରେ କମ୍ପାନୀ ର ବିକ୍ରମ ତ୍ରିପାଠୀ ନାମକ ଜଣେ ଅଧିକାରୀ ଧାରଣା ସ୍ଥଳକୁ ଆସି ତାଲା ଖୋଲି ଚାକିରୀ ପାଇଁ କମ୍ପାନୀ ଏଚ୍ ଆର୍ ଦିଲିପ୍ ପାଣିଗ୍ରାହୀ ପାଖକୁ କାଗଜପତ୍ର ଧରି ଯାଅ, ସେ ପ୍ରଥମେ ଚାରିଜଣଙ୍କୁ ଚାକିରେ ଦେବେ ଏବଂ କିଛି ଦିନ ପରେ ଅନ୍ୟମାନଙ୍କୁ ଦେବେ ବୋଲି କହିଥିଲେ। ବିକ୍ରମ ପାଖରୁ ଏପରି ଶୁଣି ଗେଟ୍ ର ତାଲା ଖୋଲି ରାନୀବାଙ୍କରା, ପରମେଶ୍ବରବାଙ୍କରା, ଅରବିନ୍ଦବାଙ୍କରା ଏବଂ ଭିମବାଙ୍କରା ଏମାନେ ସମସ୍ତେ ନିଜନିଜ କାଗଜପତ୍ର ଧରି ଏଚ୍ଆର୍ ଦିଲିପ୍ ପାଣିଗ୍ରାହୀ ଙ୍କ ଅଫିସ କୁ ଯାଇଥିଲେ। ସେଠାରେ ଏଚ୍ଆର୍ ଭିମବାଙ୍କରାକୁ ଦେଖୁଦେଖୁ ଜାତିକୁ ଆକ୍ଷେପ କରିବିଭିନ୍ନ‌ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି, ହତ୍ୟା ଧମକ ଦେବା ସହିତ ରାସ୍ତାକଡ଼ରେ ଥିବା ଭିମବାଙ୍କରାର ଦୁଇଟି ଦୋକାନ କୁ ଛାରଖାର କରିଦେବାକୁ ଧମକ ଦେଇଥିଲେ। ଫଳରେ ଗତକାଲି ଭିମବାଙ୍କରା ରାଜଗାଙ୍ଗପୁର ଥାନା ରେ ଦିଲିପ୍ ପାଣିଗ୍ରାହୀ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରକରି ରାଜଗାଙ୍ଗପୁର ଥାନା କେଶ୍ ନମ୍ବର 32 date 25.01.023 u/s294/506 IPC 13(1) (s)13 (2)(v) sc/st Act ରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି।

Leave a Reply

Your email address will not be published.