ଝାରସୁଗୁଡ଼ାରେ ପହଞ୍ଚିଲା ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଝାରସୁଗୁଡ଼ାରେ ପହଞ୍ଚିଲା ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର । ଝାରସୁଗୁଡ଼ା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ୍ଡାକଡ୍ଡି କରାଯାଇଛି । ମନ୍ତ୍ରୀ ନବ ଦାସଙ୍କ ମରଶରୀର ଝାରସୁଗୁଡ଼ାରେ ପହଞ୍ଚିଛି । ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ଝାରସୁଗୁଡ଼ା ବେହେରାମାଲ କିଷାନ ଛକଠାରୁ ବାହାରି ମନମୋହନ ଏମ.ଇ. ସ୍କୁଲ ପଡ଼ିଆରେ ରଖାଯିବ । ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଅପରାହ୍ନ ସମୟରେ ଝାରସୁଗୁଡ଼ାର ଖେରୁଆଲରେ ଅନ୍ତିମ ସଂସ୍କାର କରାଯିବ । ତେବେ ପୁରା ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ୍ଡାକଡ୍ଡି କରାଯାଇଛି ।

Leave a Reply

Your email address will not be published.