ଗ୍ରାହକ ସେବା କେନ୍ଦ୍ରରେ ଡକାୟତି ଘଟଣା, ପୁଲିସକୁ ମିଳିଲା ବଡ଼ ସଫଳତା

କଟକ, (ନାଗରାଜ ନ୍ୟୁଜ ): କଟକ ଜଗତପୁର ସତ୍ୟଭାମାପୁର ଏସବିଆଇର ଗ୍ରାହକ ସେବା କେନ୍ଦ୍ରରେ ଘଟିଥିବା ଡକାୟତି ଘଟଣାର ତଦନ୍ତ କରୁଥିବା ଜଗତପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଏହି ଘଟଣାରେ ପୁଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବା ସହ ଡକାୟତିରେ ବ୍ୟବହାର କରାଯାଇଥିବା ବନ୍ଧୁକ, ଖଣ୍ଡା ଓ ଲୁଟ ହୋଇଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ଜବତ କରିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ମାସ ୪ ତାରିଖରେ ଏହି ଡକାୟତି ହୋଇଥିଲା । ସେଦିନ ଅପରାହ୍ନ ପ୍ରାୟ ୧୨ ବେଳେ ଅଭିଯୁକ୍ତ ମାନେ ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶି ଗୁଳି ଚାଳନା କରିବା ସହ ସମସ୍ତ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ । ପରେ ଗ୍ରାହକ ସେବା କେନ୍ଦ୍ରରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟ କରି ନେଇଥିଲେ ।

ଏହି ମାମଲାର ତଦନ୍ତ କରୁଥିବା ପୁଲିସ ଗତକାଲି ଏହି ଗ୍ୟାଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବା ପରେ ଅନ୍ୟ ଦୁଇ ଜଣ ଡକାୟତ ମଧ୍ୟ ଧରା ପଡ଼ିଥିଲେ । ତେବେ ଏହି ଗ୍ୟାଙ୍ଗ ସାଲେପୁର ଓ ଟାଙ୍ଗୀ ଅଞ୍ଚଳରେ ଥିବା ଅନେକ ବ୍ୟାଙ୍କ ଡକାୟତିରେ ସାମିଲ ଥିବା ପୁଲିସ ପକ୍ଷରୁ କୁହାଯାଇଛି । ଏହାସହ ଏହି ଗ୍ୟାଙ୍ଗର ଗୋବିନ୍ଦପୁର ବାସିନ୍ଦା ଦୁଇ ଭାଇ ଦିପୁ ଓ ଲିପୁ ଏହି ଲୁଟର ମାଷ୍ଟର ମାଇଣ୍ଡ ଥିବାର ଜଣାପଡ଼ିଛି ।

Leave a Reply

Your email address will not be published.