ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀ ଡ଼ମପଡା ବ୍ଲକ ଅନ୍ତର୍ଗତ ହରିରାଜପୁର ପଞ୍ଚାୟରେ ଗ୍ରାମବାସୀଙ୍କ ପାଇଁ ସ୍ଵଛ ପାନୀୟ ଜଳ ସାତସପନ ପାଲଟିଛି । ନିତ୍ୟ ବ୍ୟବହାର ଠାରୁ ଆରମ୍ଭ କରି ପିଇବା ପାଣି ପାଇଁ ଦୀର୍ଘ ଦିନ ଧରି ଅସୁବିଧା ଭୋଗୁଛନ୍ତି ଗ୍ରାମର ଶତାଧିକ ମହିଳା । ଆଜି ସମସ୍ୟାର ସମାଧାନ ପାଇଁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଯଥାଶୀଘ୍ର ପିଇବା ପାଣିର ବ୍ୟବସ୍ଥା କରାନଗଲେ ଗ୍ରାମବାସୀଙ୍କ ପକ୍ଷରୁ ଜୋରଦାର ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published.