କମଳା ଧରୁଆଙ୍କୁ ସହାୟତା ନିମନ୍ତେ ଦାବି

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତର ତୁଳସୀ ଡୁଙ୍ଗୁରି ଗ୍ରାମର କମଳା ଧରୁଆ । ବୟସ ପ୍ରାୟତଃ ୫୨ବର୍ଷ ହେବ । ହେଲେ ସେ ଜଣେ ଅବିଭାହିତା ମହିଳା ଅଟନ୍ତି । ସରକାରି ସହାୟତା କହିଲେ କେବଳ ୫କେଜି ଚାଉଳ । ସ୍ଥାନୀୟ ସରପଞ୍ଚ ଏବଂ ନେତା ମନ୍ତ୍ରୀଙ୍କୁ ଅଭିଯୋଗ କରି କରି ନୟାନ୍ତ ହେଲେଣି । ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ କମଳା ଗୁହାରି କରିଥିଲେ ମଧ୍ୟ ଏପର୍ୟ୍ୟନ୍ତ କୈାଣସି ସୁଫଳ ମିଳି ପାରି ନାହିଁ । ଏଣୁ ପାଟଣାଗଡ଼ ବ୍ଲକ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published.