ଅବ୍ୟବସ୍ଥାରେ ଚାଲିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୈାଣସି ପ୍ରକାର ସାଧାରଣ ସୁବିଧା ନଥିବାରୁ ଏଠାକୁ ନିର୍ଭର କରୁଥିବା ସମସ୍ତ ଢେଙ୍କାନାଳବାସୀ ଏବଂ ପଡୋଶୀ ଜିଲ୍ଲାବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଖିବାକୁ ଗଲେ ଢେଙ୍କାନାଳ ଜିଲ୍ଲା କେନ୍ଦ୍ର ଅକ୍ଷାଂକ୍ରା ଯୋଜନାରେ ସାମିଲ ହୋଇଛି ଏବଂ ଢେଙ୍କାନାଳ ମେଡିକାଲକୁ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଢେଙ୍କାନାଳର ଓକିଲ, ପୂର୍ବତନ ସିବିଆଇ ଜଜର ପୂର୍ବତନ ଚିଫ ଇଞ୍ଜିନିୟର, ସମାଜସେବୀ, ପୂର୍ବତନ ଡାକ୍ତର ଆସି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦେଖିବାକୁ ଗଲେ ଢେଙ୍କାନାଳ ଡାକ୍ତରଖାନା ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରାୟ ସମସ୍ତ ଭିତିଭୂମି ଅଛି । ଏବେ ଦେଖିବାକୁ ବାକି ରହିଲା କେଉଁଦିନ ସର୍ବସାଧାରଣଙ୍କ ‌ଦାବି ପୂରଣ ହେଉଛି ।
ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.