ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷତା କରି ବିଦ୍ୟାଳୟର ଅଧ୍ୟକ୍ଷ ଡା. ରାମଚନ୍ଦ୍ର ମଲ୍ଲ ନାରୀ ମାନଙ୍କର ଆତ୍ମରକ୍ଷା ପାଇଁ ଏଭଳି ପ୍ରଶିକ୍ଷଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି । ଅଧ୍ୟାପିକା ପ୍ରଜ୍ଞା ପାରମିତା ମାଝୀ ଏହି ଶିବିରକୁ ପରିଚାଳନା କରିଥିଲେ । ଜୟନ୍ତୀ ବେହେରା ଓ ସାଂଘାତିକା ସ୍ୱାଇଁ ଉତ୍ସ ବ୍ୟକ୍ତି ଭାବରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

Leave a Reply

Your email address will not be published.