ଗ୍ରାମବାସୀଙ୍କ ଦ୍ୱାରା ପୁଲିସ ଗାଡି ସହ କର୍ମଚାରୀ ଅଟକ

ଢ଼େଙ୍କାନାଳ, (ନାଗରାଜ ନ୍ୟୁଜ): ପେଟ୍ରୋଲିଙ୍ଗ କରିବାକୁ ଯାଇ ଫସିଲା ପୁଲିସ ଗାଡ଼ି । ଏଭଳି ଘଟଣା ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନାରେ ଦେଖବାକୁ ମିଳିଛି । ଥାନା ଗାଡି ପେଟ୍ରୋଲିଙ୍ଗ କରିବା ସମୟରେ ଗ୍ରାମବାସୀଙ୍କ ରୋଷର ଶୀକାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ଥିବା ଜଗନ୍ନାଥ ଆଗ୍ରୋ ଭେଟ ନାମକ ଏକ କୁକୁଡ଼ା ଫାର୍ମକୁ ନେଇ ବିରୋଧ ହୋଇ ଆସୁଛି। ଚାରି ପାଞ୍ଚ ମାସ ତଳେ ଏହାକୁ ନେଇ ମଧ୍ୟ ବିବାଦ ହୋଇଥିଲା । ଯାହା ଦ୍ଵାରା ଫାର୍ମ କର୍ତ୍ତୃପକ୍ଷ ଗାଁ ମଧ୍ୟ ଦେଇ ଯାଇଥିବା ରାସ୍ତା ପରିବର୍ତ୍ତେ ଗାଁ ବାହାରେ‌ ଏକ ରାସ୍ତା ନିର୍ମାଣ କରୁଥିଲେ ।

ଯାହାକୁ ଗ୍ରାମବାସୀ ବିରୋଧ କରିଥିଲେ । ଏହି ଘଟଣାରେ ଫାର୍ମରେ କାର୍ଯ୍ୟରତ କୁଷିଦା ଗ୍ରାମର ଦୁଇ ଯୁବକ ଓ କୋକେଇଦା ଗ୍ରାମବାସୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଗତକାଲି ରାତିରେ ପୁଲିସ ପେଟ୍ରୋଲିଙ୍ଗ ପାଇଁ ଯିବା ସମୟରେ ପାଞ୍ଚ କର୍ମଚାରୀଙ୍କ ସହ ଗାଡିଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ସୋମବାର ସକାଳେ ଘଟଣା ସ୍ଥଳରେ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଉକ୍ତ ଗ୍ରାମବାସୀ ଓ ପାଖ କୁଷିଦା ଗ୍ରାମବାସ ଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି ।

Leave a Reply

Your email address will not be published.