ମଣ୍ଡିରୁ ଉଠୁନି ଧାନ, କଟନୀ ଛଟନୀକୁ ନେଇ ଚାଷୀ ଅସନ୍ତୋଷ

ବାଙ୍କୀ, (ନାଗରାଜ ନ୍ୟୁଜ): ମଣ୍ଡିରୁ ଉଠୁନି ଧାନ । ଏସକେଡ଼ି ନାମକ ମିଲରଙ୍କ ମାନମାନି ଯୋଗୁଁ ବଳିପଡିଲେ ଚାଷୀ । କଟନୀ ଛଟନୀକୁ ନେଇ ଚାଷୀ ଅସନ୍ତୋଷ । କଟକ ଜିଲ୍ଲାର ବାଙ୍କୀ ଘୋଡାବର ସେବା ସମବାୟ ସମ୍ମିତିରେ ଆଜି ଚଳିତବର୍ଷର ପ୍ରଥମ ଖରିଫ ମଣ୍ଡି ଫିଟିବା ଆରମ୍ଭରୁ କଟିନ ଛଟିନକୁ ନେଇ ଦେଖାଦେଇଛି ଚାଷୀ ଅସନ୍ତୋଷ । ଏବେ ମଣ୍ଡିରୁ ଧାନ ଉଠାଇବା ପାଇଁ ଆସିଥିବା ଏସକେଡ଼ି ନାମକ ମିଲର କୁଇଣ୍ଟାଲ ପିଛା ୫ କିଲୋ କାଟିବା ପାଇଁ ଧରିଛନ୍ତି ଜିଦ୍ । ଯେଉଁଥିପାଇଁ ଏବେ ପଞ୍ଜିକୃତ ଚାଷୀ ମହଲରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ । ଏବେ ଚାଷୀଙ୍କ ଜିଦ ଧାନ ମିଲର ନ ଉଠାଇଲେ ଆସିଥିବା ଗାଡି ଓ ମିଲର ସୁପରଭାଇଜଙ୍କୁ ଛାଡ଼ିବେ ନାହିଁ । ସେପଟେ ମିଲରଙ୍କ ମନାମାନୀକୁ ସ୍ୱିକାର କରିଛନ୍ତି ସମିତି ସମ୍ପାଦକ । ସେ ନିରୁପାୟ ବୋଲି କହିଛନ୍ତି ।

Leave a Reply

Your email address will not be published.