କୁଷ୍ଠ ଆକ୍ରାନ୍ତ ପରିବାରର ଝିଅ ବିବାହ ନିମନ୍ତେ ଆର୍ଥିକ ସହାୟତା

ପୁରୀ, (ନାଗରାଜ ନ୍ୟୁଜ): କୁଷ୍ଠ ଆକ୍ରାନ୍ତ ଦୁଇ ପରିବାରର ଝିଅ ମାନଙ୍କ ବିବାହ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୁରୀସ୍ଥିତ ଜୀବରାମଜୀ ପଲ୍ଲୀ ଲେପର୍ସି କଲୋନୀର ଶ୍ରୀ ଶ୍ୟାମ ସୁନ୍ଦର ଭୂୟାଁ ଏବଂ ଶ୍ରୀ ସନାତନ ପରିଡାଙ୍କୁ ସେମାନଙ୍କ ଝିଅ ମାନଙ୍କ ବିବାହ ନିମନ୍ତେ ଏହି ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ ଉପସ୍ଥିତ ଥିଲେ ।

Leave a Reply

Your email address will not be published.