ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଜଙ୍ଗଲ ରାସ୍ତା ବନ୍ଦ ପ୍ରତିବାଦରେ ଆମରଣ ଅନଶନ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ବନ ବିଭାଗର ମନମୁଖୀ ଭାବେ କପିଳାଶ ଅଭୟାରଣ୍ୟ ଆଇନର ଖିଲାପ କରି ଧନିଆନାଳୀ -ଛୋଟତେନ୍ତୁଳିଆ ଜଙ୍ଗଲ ରାସ୍ତାକୁ ବନ୍ଦ କରିବା ପ୍ରତିବାଦରେ ଆମରଣ ଅନଶନରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ । ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ଢେଙ୍କାନାଳ ସ୍ଥିତ ଷଡ଼ଙ୍ଗୀ ରେଞ୍ଜ ଅଫିସ ନିକଟରେ ଆଜିଠାରୁ ସମସ୍ୟାର ସମାଧାନ ନ ହେବା ପର୍ୟ୍ୟନ୍ତ ଅନଶନରେ ରହିବେ ବୋଲି କହିଛନ୍ତି ନବୀନ ନନ୍ଦ । ସୂଚନା ଅନୁସାରେ ଧନିଆନାଳୀ ଠାରୁ ଛୋଟତେନ୍ତୁଳିଆ ଜଙ୍ଗଲ ରାସ୍ତାକୁ ଅଭୟାରଣ୍ୟ ଆଖ୍ୟା ଦେଇ ବନ୍ଦ କରିବା ଦ୍ୱାରା ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୧୦ ରୁ ଉଦ୍ଧ୍ୱର୍ ଗ୍ରାମର ଗ୍ରାମବାସୀମାନେ ୬ମାସ ହେବ ହଇରାଣ ହେଉଥିବାର ପ୍ରକାଶ କରିଛନ୍ତି ।

ଉକ୍ତ ଜନଜାତିର ଲୋକମାନଙ୍କୁ ସରକାରଙ୍କ ତରଫରୁ ଜଙ୍ଗଲ ଜମି ପଟା ମିଳିଥିଲେ ମଧ୍ୟ ଉକ୍ତ ଜାଗାକୁ ଯିବା ପାଇଁ ଜଙ୍ଗଲ ବିଭାଗ ରାସ୍ତା ଦେଉନଥିବାର ଅଭିଯୋଗ ହୋଇଛି । ବନ ବିଭାଗ ଭାରତ ସରକାରଙ୍କ ଆଇନକୁ ଖୋଲାଖୋଲି ଉଲଂଘନ କରୁଥିବା ବେଳେ ରାସ୍ତାରେ ବେଗା, ଲାଉଲଇ, ଖଙ୍କିରା, ରତନପୁର ଓ ଲେଥେକା ଗ୍ରାମର ୨୫୦୦୦ ରୁ ଅଧିକ ଜନସାଧାରଣ ଉକ୍ତ ରାସ୍ତାରେ ଯାତାୟାତ କରନ୍ତି । ଉକ୍ତ ରାସ୍ତାଟି ପୂର୍ବରୁ ଢେଙ୍କାନାଳ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ କେଉଁ ଆଇନ ବଳରେ ଉକ୍ତ ରାସ୍ତାକୁ ଢେଙ୍କାନାଳ ବନ ବିଭାଗ ବନ୍ଦ କରିଛି ତାହାନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଉକ୍ତ ସମସ୍ୟାକୁ ବାରମ୍ବାର ନବୀନ ନନ୍ଦଙ୍କ ଦ୍ୱାରା ଲୋକଲୋଚନ ଅଣାଯାଇଥିଲେ ମଧ୍ୟ ଢେଙ୍କାନାଳ ବନବିଭାଗ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଯାହା ଦ୍ୱାରା ଜନସାଧାରଣଙ୍କ ସୁବିଧାକୁ ଆଖିରେ ରଖି ଆମରଣ ଅନଶନକୁ ଓହ୍ଲାଇଥିଲେ ନବୀନ ନନ୍ଦ । ତେବେ ଢେଙ୍କାନାଳ ବନବିଭାଗ ସମସ୍ୟାର ସମାଧାନ କରି ଉକ୍ତ ରାସ୍ତାକୁ ଜନସାଧାରଣଙ୍କ ପାଇଁ ନ ଖୋଲିବା ଯାଏଁ ଅନଶନ ଜାରି ରହିବ ବୋଲି ନନ୍ଦ ପ୍ରକାଶ କରିଥିଲେ ।

Leave a Reply

Your email address will not be published.