ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଖଇରା: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପାଣିସିଆଳି ଗ୍ରାମରେ । ଉକ୍ତ ଗ୍ରାମର ଦେବେନ୍ଦ୍ର ଜେନାଙ୍କ ଦଶ ମାସର ପୁଅ ଆୟୋସ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛି । ପୁଅକୁ ଚିକିତ୍ସା କରିବା ପାଇଁ ବାପା ଦେବେନ୍ଦ୍ର ଓ ମା’ ମାନସୀ ଡାକ୍ତରଖାନାକୁ ଯାଇ ଯାଇ ନୟାନ୍ତ ହୋଇଗଲେଣି । ଏହା ସହିତ ପୁଅକୁ ସୁସ୍ଥ କରିବାପାଇଁ ପାଖରେ ଥିବା ସମସ୍ତ ଅର୍ଥରାଶି ପୁଅର ଚିକିତ୍ସାରେ ଖର୍ଚ୍ଚ କରିସାରିଛନ୍ତି ବାପା ଓ ମା । ଅନ୍ୟପଟେ ଦିନକୁ ଦିନ ପୁଅର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରେ ଲାଗିଛି ଚିକିତ୍ସା ଅଭାବରୁ ।

ଆୟୋସର ବାପା ଏକ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ସେଥିରେ ପୁଅର ଅଜଣା ରୋଗ ଦେଖି ଦୁଶ୍ଚିନ୍ତାରେ ଏବେ ବାପା ଓ ମା । ଆୟୋସକୁ ବଡ଼ମେଡିକାଲରେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ ଅର୍ଥ ଅଭାବରୁ ନେବାପାଇଁ ସମ୍ଭବ ହେଉନାହିଁ । ଏହି କାରଣରୁ ଉକ୍ତ ଦମ୍ପତ୍ତି ସରକାରଙ୍କୁ ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.