ବିଶ୍ୱ ଉପଭୋକ୍ତା ଅଧିକାର ପକ୍ଷ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ବିଶ୍ୱ ର ପ୍ରତିଟି ବ୍ୟକ୍ତି ଜଣେ ଜଣେ ଉପଭୋକ୍ତା।ତେବେ ଉପଭୋକ୍ତା ର ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ପ୍ରତ୍ୟେକ ସଚେତନ ହେବା ଉଚିତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମାପ ଓ ଓଜନ ବିଭାଗ ଆନୁକୂଲ୍ୟରେ ଏବଂ ସାମାଜିକ ଅନୁଷ୍ଠାନ ନିହିଡାର ସହଯୋଗ ରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ବିଶ୍ୱ ଉପଭୋକ୍ତା ଅଧିକାର ପକ୍ଷ ପାଳିତ ହୋଇଥିଲା।ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସଚେତନତା ହିଁ ସତର୍କତା ଓ ସୁରକ୍ଷା।ତେଣୁ ସମସ୍ତ ଉପଭୋକ୍ତା ମାନେ ଯେ କୌଣସି ଦ୍ରବ୍ୟ କ୍ରୟ ସମୟରେ ତାହାର ଗୁଣବତ୍ତା, ଦାମ୍, ଅବଧି,ଓଜନ ଇତ୍ୟାଦି କୁ ସଠିକ ଭାବେ ଅନୁଧ୍ୟାନ କରିବା ଉଚିତ ବୋଲି କହିଥିଲେ। ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ଠକାମୀ କରୁଥିବା ବିଶେଷ କରି ବୈଷୟିକ ଜ୍ଞାନ ସହଯୋଗ ରେ ଠକାମୀ କରୁଥିବା ଲୋକ ମାନଙ୍କ ସଂଖ୍ୟା ଓ କୌଶଳ ବୃଦ୍ଧି ପାଉଛି। ତେଣୁ ଆମେ ପ୍ରତ୍ୟେକ ସତର୍କ ରହିବା ସହ ଆଇନର ସହାୟତା ନେଇ ଉପଭୋକ୍ତା ର ସ୍ୱାର୍ଥ କୁ ସୁରକ୍ଷିତ ରଖିବାକୁ ମତ ଦେଇଥିଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ଜନ୍ମ ର ମୃତ୍ୟୁ ଯାଏ ପ୍ରତ୍ୟେକ ମଣିଷ ଉପଭୋକ୍ତା ବୋଲି କହିବା ସହ ଯେ କୌଣସି ଦ୍ରବ୍ୟ କ୍ରୟ ସମୟରେ ସତର୍କ ଓ ସଚେତନ ରହିବାକୁ ଅନୁରୋଧ କରିଥିଲେ।ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ବିଜୟାନନ୍ଦ ମିଶ୍ର ଉପଭୋକ୍ତା ସୁରକ୍ଷା ଆଇନ,ଆଇନରେ ସହାୟତା ବ୍ୟବସ୍ଥା ଓ ଖାଉଟି ର ଦାୟିତ୍ୱ ସମ୍ପର୍କରେ ବିଷଦ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମଓ ଡା ବିରଜା ଶଙ୍କର ରଥ,ମାପ ଓ ଓଜନ ବିଭାଗର ଉପ ନିୟନ୍ତ୍ରକ ପ୍ରଗତି ନାୟକ ଉପଭୋକ୍ତା ନିଜ ନିଜ ପରିସରରେ ବ୍ୟାପକ ସଚେତନ ହେବା ସହ ନିଜ ଅଧିକାରର ସୁରକ୍ଷା ପାଇଁ ଆଗଭର ହେବାକୁ ଅନୁରୋଧ କରିଥିଲେ। ମାର୍ଚ୍ଚ ୧୫ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳନ କରାଯାଉଛି।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସ୍ୱଛାସେବୀ,ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।ନିହିଡା ର ସମ୍ପାଦକ ଭକ୍ତ ବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.