୧୯୯୦ ମ୍ୟାଟ୍ରିକ ବ୍ୟାଚର ଛାତ୍ରୀଛାତ୍ରୀଙ୍କ ଦ୍ୱାରା ପାଠାଗାର ଉନ୍ମୋଚନ ଏବଂ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନ ଉଚ୍ଚ ବିଦ୍ୟାପୀଠ ବର୍ତ୍ତନା ହାଇସ୍କୁଲ ପ୍ରାଙ୍ଗଣରେ ୧୯୯୦ ମସିହା ମ୍ୟାଟ୍ରିକ ବ୍ୟାଚର ସଭାପତି ପ୍ରଭାତ କୁମାର ପାଣିଗ୍ରାହୀ ଓ ସମ୍ପାଦିକା ବିଦ୍ୟୁତପ୍ରଭା ରାଉତଙ୍କ ତତ୍ୱାବଧାନରେ ଲାଇବ୍ରେରୀ ଉନ୍ମୋଚନ ଏବଂ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଲାଇବ୍ରେରୀକୁ ଉନ୍ମୋଚନ କରିଥିଲେ।ସମ୍ମାନୀତ ଅତିଥିଭାବେ ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ,ମୁଖ୍ୟବକ୍ତା ଖଇରା ବିଡ଼ିଓ ପର୍ଶୁରାମ ପଣ୍ଡା,ମୁଖ୍ୟଅତିଥିଭାବେ ୩ନଂ ଯୋନର ଜିଲ୍ଲାପରିସଦ ଗଜେନ୍ଦ୍ର ପ୍ରସାଦ ଦାଶ,ବର୍ତ୍ତନା ପଞ୍ଚାୟତ ସରପଞ୍ଚ ବୀଣାପାଣି ପଣ୍ଡା,ସମିତିସଭ୍ୟା ରଶ୍ମିବାଳା କର,ସ୍କୁଲ ଏମ୍ ସି ଚେୟାରମ୍ୟାନ ଏବଂ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ,ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ୧୯୯୦ ମସିହା ମ୍ୟାଟ୍ରିକ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପ୍ରମୁଖ ଉପସ୍ଥିତ ରହି ପୁରାପୁରି ସାହାଯ୍ୟ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିଲାବେଳେ ୨୦୨୨ ମସିହାର ଟପର ଛାତ୍ର ଜ୍ୟୋତିରଞ୍ଜନ ପଣ୍ଡା ଏବଂ ଅଞ୍ଚଳର ମେଧାବୀ ଛାତ୍ର ବିରଞ୍ଚି ନାରାୟଣ ପୃଷ୍ଟିଙ୍କୁ ଉପସ୍ଥିତ ଅତିଥିମାନେ ରୌପ୍ୟ ପଦକ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ।ଏହି କାର୍ଯ୍ୟକ୍ରମରେ ୧୯୯୦ମସିହା ମ୍ୟାଟ୍ରିକ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ବାଲେଶ୍ୱର ଜିଲ୍ଲାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.