ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ବିଶ୍ଵ ନାଟ୍ୟ ଦିବସ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଆର୍ଟିଷ୍ଟ ଆସୋସେଶନ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ବିଶ୍ଵ ନାଟ୍ୟ ଦିବସ ଧୁମଧାମର ସହ ଉଦ୍ଘାଟିତ ହୋଇଯାଇଚି।କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ଶୁଭେଚ୍ଛୁ ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦୁଲି,ନାଟ୍ୟ ନିର୍ଦ୍ଦେଶକ ଗଣେଶ ମହାପାତ୍ର ଏବଂ ରବି ନାରାୟଣ ତ୍ରୀପାଠୀ ଙ୍କ ଦ୍ଵାରା ଶ୍ରୀ ମନ୍ଦିରରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପ୍ରଦୀପ ମଶାଲ ଆଣି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ସୁନୀଲ ମହାନ୍ତି,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପ୍ରସନ୍ନ ମିଶ୍ର,ସମାଜସେବୀ ଚକ୍ରଧର ମହାପାତ୍ର,ପ୍ରୟାସ ଟେଲିଭିଜନ ର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମିଶ୍ର,ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର,ଟ୍ରକ୍ ମାଲିକ ସଙ୍ଘର ସଭାପତି ଅମିତ୍ ଅରୁଣ ମିଶ୍ର ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ଅନୁଷ୍ଠାନର ସଭାପତି ଭରତ କୁମାର ନାୟକ, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ସାହୁ,ସମ୍ପାଦକ ଶକ୍ତି ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନାଟକ ଜଗତରେ ଜୀବନ ବ୍ୟାପି ସାଧନା ନିମନ୍ତେ ବରିଷ୍ଠ କଳାକାର ଗୋବିନ୍ଦ ଚନ୍ଦ୍ର ମହାନ୍ତି ଓ ମହେନ୍ଦ୍ର କୁମାର ଦାସ ତଥା ଦୁଇଦିନ ଧରି ପ୍ରଦର୍ଶିତ ହେବାକୁ ଥିବା ନାଟକର ନିର୍ଦ୍ଦେଶକ ପ୍ରଦୀପ କୁମାର ପ୍ରଧାନ ଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା ।ଚିତ୍ରାଙ୍କନ,ବକ୍ତୃତା,ଗଳ୍ପକଥନ,ଲଘୁ ସଙ୍ଗୀତ ଓ କଉତୁକ ପୋଷାକ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହାପରେ ନାଟକ “ଅସହାୟ”ମଞ୍ଚସ୍ଥ ହୋଇଥିଲା ।ଏହାର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟକାର ପ୍ରଦୀପ କୁମାର ପ୍ରଧାନ,ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଞ୍ଜନ କୁମାର ଓ ମଞ୍ଚ ସଯାରେ ଶରତ କୁମାର ମହାନ୍ତି ରହିଥିଲେ ।ଅଭିନୟରେ ବିକାଶ ଦତ୍ତ,ସମୀର ଆଚାର୍ଯ୍ୟ,ସଞ୍ଜୟ ମହାନ୍ତି,ଦିଲ୍ଲୀପ ମିଶ୍ର,ବିଭୂତି ଭୂଷଣ ମିଶ୍ର,ଦେବିପ୍ରସାଦ ମିଶ୍ର,ତପସ୍ଵିନୀ ମହାନ୍ତି ଏବଂ ମମତା ରାଣୀ ନିଖୁଣ ଅଭିନୟ କରି ମଞ୍ଚ ତଳେ ଦର୍ଶକ ଙ୍କୁ ବାନ୍ଧି ରଖି ପାରିଥିଲେ ।
ନାଟକ ଅସହାୟ ଟି ଜାତୀୟ ଏବଂ ଆନ୍ତର୍ଜାତୀୟ ସଂହତି ଉପରେ ପର୍ଯ୍ୟବେସିତ ।ଧର୍ମଗତ ବିଭେଦକୁ ନେଇ ବିଶ୍ୱରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଏହି ନାଟକ ଟି ଏକ ମାଇଲଖୁଣ୍ଟ ।ନାଟକର ମୁଖ୍ୟ ଚରିତ୍ର ରହିମ ଯଦିଓ ଜନ୍ମବେଳେ ସେ ହିନ୍ଦୁ ଏବଂ ପରବର୍ତ୍ତୀ ଅବସ୍ଥାରେ ପିଲାଟି ଦିନରୁ ମୂଷ୍ଲିମ୍ ଘରେ ସୁଜା ବେଗମ୍ ର ପାଳିତ ପୁତ୍ର ହୋଇ ରହିଛି ।ମୁସଲମାନ ବସ୍ତି ପାଇଁ ତା ଜୀବନକୁ ଉତ୍ସର୍ଗ କରିଦେଇଛି ।ଅନ୍ୟପଟେ ଗୋଟିଏ ମୁସଲମାନ ପରିବାର ର ପୁତ୍ର ଡାକ୍ତରୀ ପଢିବାକୁ ଯାଇ ବ୍ରାହ୍ମଣ ଘରେ ପୁତ୍ର ହୋଇ ବ୍ରାହ୍ମଣ ପାଲଟି ଯାଇଛି ।ମୁସଲମାନ ବସ୍ତିରେ ଯେତେବେଳେ ଜାଣିବାକୁ ପାଇଲେ ରହିମ ଜଣେ ହିନ୍ଦୁ ଘରର ପିଲା ବୋଲି ସେତେବେଳେ ମୁସଲମାନ ମାନେ ମିଶି ତାକୁ ବସ୍ତି ରୁ ବାହାର କରିବାସହ ଜୀବନରୁ ମାରିଦେଇଛନ୍ତି ପରବର୍ତ୍ତୀ ସମୟରେ ସେମାନେ ନିଜ ଭୁଲ ବୁଝିପାରି ଅନୁତାପ କରିଛନ୍ତି ।ଏହାପରେ ନାରା ଦେଇଛନ୍ତି ହିନ୍ଦୁ ମୁସଲିମ ଭାଇ ଭାଇ ।ଏହିଭଳି ଏକ ନାଟକକୁ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ କୁମାର ପ୍ରଧାନ ଏବଂ ସଙ୍ଗୀତରେ ସଜେଇଛନ୍ତି ପ୍ରଶାନ୍ତ କୁମାର ତ୍ରିପାଠୀ ।ଏହିଭଳି ଏକ ନାଟକ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ନାଟକ ହେଵ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.