ଆସନ୍ତା୧୫ରେ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନ ଉପରେ ହେବ ଶୁଣାଣି

କଣ୍ଟାବାଞ୍ଜି, (ନାଗରାଜ ନ୍ୟୁଜ): ଗୋବିନ୍ଦ ସାହୁର ଜାମିନ ଆବେଦନ ଉପରେ ଶୁଣାଣି ଆସନ୍ତା ୧୫ ତାରିଖରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହେବ । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମଙ୍କୁ ଗିରଫ ହୋଇଥିବାବେଳେ ଜାମିନ ପାଇଁ ଗୋବିନ୍ଦ ସାହୁଙ୍କ ଓକିଲ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆବେଦନ କରିଛନ୍ତି । ପୂର୍ବରୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟ ଜାମିନ ଖାରଜ ହୋଇଥିଲା । ତେବେ ଆସନ୍ତା ୧୫ ତାରିଖରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜାମିନ୍ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.