ଓମିକ୍ରନ ଆତଙ୍କ, ମୁମ୍ବାଇରେ ଲାଗୁ ହେଲା ୧୪୪ ଧାରା

ମୁୁମ୍ବାଇ, (ନାଗରାଜ ନ୍ୟୁଜ): ସାରା ବିଶ୍ୱକୁ ଏବେ ଘାରିଛି ଓମିକ୍ରନ ଭୟ । ଏହାସହ ଦେଶର ୫ଟି ରାଜ୍ୟରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଚିହ୍ନଟ ହୋଇଛି । ଏପର୍ଯ୍ୟନ୍ତ ଏହି ସଂକ୍ରମଣରେ ୩୨ ଜଣ ଶିକାର ହୋଇଛନ୍ତି। ଏଥିରୁ ଜଣେ ସାଢ଼େ ୩ ବର୍ଷର ଶିଶୁ ସମେତ ୧୭ ଜଣ ହେଉଛନ୍ତି ମହାରାଷ୍ଟ୍ର ନିବାସୀ । ମୁମ୍ବାଇରେ ଶୁକ୍ରବାର ୩ ଜଣ ଓମିକ୍ରନ୍‌ ଚିହ୍ନଟ ହେବା ପରେ ଡିସେମ୍ବର ୧୧ ଓ ୧୨ ପାଇଁ ୧୪୪ ଧାରା ଲାଗୁ କରାଯାଇଛି ।

ରାଜସ୍ଥାନରେ ୯ ଜଣ, ଗୁଜରାଟରେ ୩, କର୍ଣ୍ଣାଟକରେ ୨ ଓ ଦିଲ୍ଲୀରେ ଜଣେ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ତେବେ ଦେଶରେ ଓମିକ୍ରନ୍‌ ପଜିଟିଭ ସଂଖ୍ୟା ବଢ଼ିଚାଲିଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରରେ କୌଣସି ପ୍ରକାରର ରାଲି ଓ ଶୋଭାଯାତ୍ରା ବାହାରି ପାରିବ ନାହିଁ । ଆଇସିଏମ୍‌ଆର ଅନୁସାରେ ଓମିକ୍ରନ ଏପର୍ୟ୍ୟନ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ବୋଝ ହୋଇ ହୋଇନାହିଁ। କିନ୍ତୁ ଆମକୁ ଏହା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ କହିଛନ୍ତି, ଏପର୍ୟ୍ୟନ୍ତ ଓମିକ୍ରନରେ ସଂକ୍ରମିତ ରୋଗୀଙ୍କ ଠାରେ ମୁଖ୍ୟତଃ ସାମାନ୍ୟ ଲକ୍ଷଣ ଦେଖାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ।

Leave a Reply

Your email address will not be published.