ପ୍ରଧାନ ଶିକ୍ଷୟତ୍ରୀଙ୍କ ଉପରେ ଅସନ୍ତୋଷ ଅଭିଭାବକ, ଆଣିଲେ ସାଂଘାତିକ ଅଭିଯୋଗ

ଢେଙ୍କନାଳ, (ନାଗରାଜ ନ୍ୟୁଜ): ଗୁରୁଙ୍କୁ ବହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଏ । ସମାଜରେ ଶିକ୍ଷକଙ୍କ ସ୍ଥାନ ବହୁ ଉଚ୍ଚରେ । କିନ୍ତୁ ଶିକ୍ଷକ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ବିଧାରପୁର ଗ୍ରାମର ଉଚ୍ଚ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ନାମରେ ଗ୍ରାମବାସୀ ଓ ଅଭିଭାବକମାନେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ପ୍ରଧାନ ଶିକ୍ଷୟତ୍ରୀ ରୀନା ସାହୁ ବିଦ୍ୟାଳୟକୁ ଆସୁଥିବା ଅନୁଦାନଙ୍କୁ ମଧ୍ୟ ଚଳୁ କରିଦେଉଛନ୍ତି ।

ଶିକ୍ଷୟତ୍ରୀ ୯ ବର୍ଷ ହେଲା ବିଦ୍ୟାଳୟରେ ରହିଥିଲେ ହେଁ ଆଜିଯାଏ ବିଦ୍ୟାଳୟର କିଛିବି ଉନ୍ନତି ମୂଳକ କାର୍ଯ୍ୟ କରିନଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟକୁ ଗଛ ଲଗାଇବା ପାଇଁ ଆସିଥିବା ଅନୁଦାନକୁ ମଧ୍ୟ ଚଳୁ କରିଦେଇଥିବାର ଅଭିଯୋଗ ହୋଇଛି । ଏମିତିକି ଶିକ୍ଷୟତ୍ରୀ ଆମ ବିଦ୍ୟାଳୟରେ ରହିଲେ ଆମ ପିଲାମାନେ ମୁର୍ଖ ହେଇଯିବେ ବୋଲି ଅଭିଭାବକ ମାନେ କହିଛନ୍ତି । ତେବେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରୁଥିବା ବେଳେ ବିଇଓ କହିଛନ୍ତି ମୁଁ ତଦନ୍ତ କରି ଏହି ରିପୋର୍ଟ ଡିଓଙ୍କୁ ଦେଇଛି । ଡିଓ ଏହାର ବିହିତ ପଦକ୍ଷେପ ନେବେ ।

Leave a Reply

Your email address will not be published.