କଲ୍ୟାଣ ମଣ୍ଡପ ଉଦଘାଟନ କଲେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ ): ବର୍ତ୍ତମାନ ସାରା ଓଡ଼ିଶାରେ ଲୋକପ୍ରିୟତା ଅର୍ଜନ କରିବାରେ ଆଗେଇ ଚାଲିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଦିନରାତି ଏକକରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏଥିସହିତ ନିଜ ଜିଲ୍ଲା ବାଲେଶ୍ଵରର ଉନ୍ନତି ପାଇଁ ମନ୍ତ୍ରୀଙ୍କ ଆପ୍ରାଣ ଉଦ୍ୟମକୁ ବାଲେଶ୍ଵରବାସୀ ଖୁବ୍ ପ୍ରସଂଶା କରୁଛନ୍ତି । ବିଭିନ୍ନ ସ୍ଥାନରେ ମାକ୍ସ ବଣ୍ଟନ, ଶୁଭ ଶିଳାନ୍ୟାସ ସହିତ ଉନ୍ନତି ମୂଳକ କାର୍ଯ୍ୟକୁ ତ୍ୱାରାନ୍ୱିତ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ନିମନ୍ତେ ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ କୋଚିଆକୋଇଲି ଠାରେ ନବନିର୍ମିତ କୋଚିଆକୋଇଲି କଲ୍ୟାଣମଣ୍ଡପର ଶୁଭ ଉଦଘାଟନ କରି ବ୍ଲକବାସୀଙ୍କ ମୁଖରେ ଆନନ୍ଦ ଭରିଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉପସ୍ଥିତ ଥିଲେ । ଏଥିରେ ବ୍ଲକବାସୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published.