ଜମ୍ବେଶ୍ୱର ମହାବିଦ୍ୟାଳୟରେ ମାକ୍ସ ବଣ୍ଟନ କଲେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବାଲେଶ୍ୱର,(ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗରସଙ୍ଗ ସ୍ଥିତ ଜମ୍ବେଶ୍ୱର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗତକାଲି ମାକ୍ସ ବଣ୍ଟନ କରିଛନ୍ତି ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅଗ୍ରାଧିକାର ଦେଇ ଆସିଛନ୍ତି । ମହାମାରୀ କରୋନାର ମୁକାବିଲା ପାଇଁ ମାକ୍ସ ବ୍ୟବହାର ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜମ୍ବେଶ୍ୱର +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ପ୍ରସାଦ ସେନାପତି, ଜିଲ୍ଲା ପରିଷଦ ସଦସ୍ୟା ସୁଷମା ମହାପାତ୍ର, ଗରସଙ୍ଗ ସରପଞ୍ଚ ସସ୍ମିତା ପଟ୍ଟନାୟକ, ସାଂସଦ ପ୍ରତିନିଧି ରାଜେନ୍ଦ୍ର ଦାସ, ଗଣିତ ଅଧ୍ୟାପକ ମନୀନ୍ଦ୍ର କୁମାର ଦୀକ୍ଷିତ, ଅଧ୍ୟାପକ ବିଶ୍ୱମ୍ବର ମହାପାତ୍ର, ଅଧ୍ୟାପକ ବିଜୟ କୁମାର ବେହେରା, ସଞ୍ଜୟ ଶତପଥୀ, ସଞ୍ଜୟ ରାଉତ, ଅନୀଲ କୁମାର ରାଉଳ, ମୁଖ୍ୟ କିରାଣୀ ସୁବଳ ସାହୁ ଏବଂ ବସନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାବରେ ଜମ୍ବେଶ୍ୱର +୩ ମହାବିଦ୍ୟାଳୟରେ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଧାୟକ ହାତ ପାଣ୍ଠିରୁ ନିର୍ମିତ ମାକ୍ସ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଜମ୍ବେଶ୍ୱର +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରତ୍ନାକର ହାତୀ, ଅଧ୍ୟାପକ ସମୀର ମହାରଣା, ମାନସରଞ୍ଜନ ମହାପାତ୍ର, ପବିତ୍ର ମୋହନ ମହାନ୍ତି ଓ ମୁଖ୍ୟ କିରାଣୀ କମଳ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.