ପ୍ରଧାନ ଶିକ୍ଷକ ହୃଷିକେଶ ବିଶ୍ୱାଳଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଢେଙ୍କନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଖଣ୍ଡବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବିଶ୍ୱାଳଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଦାୟକାଳୀନ ସଭା ରାଧାନାଥ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ସଭାରେ ମୁଖ୍ୟ ଅତିଥି ହିନ୍ଦୋଳ ବ୍ଲକ ଏବିଓ କୈଳାସ ଚନ୍ଦ୍ର ସାହୁ, ମୁଖ୍ୟବକ୍ତା ପ୍ରାକ୍ତନ ପ୍ରଧାନ ଶିକ୍ଷକ ବୁଦ୍ଧାଦେବ ପ୍ରଧାନ, ସମ୍ମାନୀତ ଅତିଥି ଏବିଓ ସନ୍ଧ୍ୟାରାଣୀ ସ୍ୱାଇଁ, ଉଚ୍ଚବିଦ୍ୟାଳୟର ପ୍ରତିଷ୍ଠାତା ବାସୁଦେବ ମହାନ୍ତି, ଓସ୍ତା ଜିଲ୍ଲା ସଭାପତି ପିତାମ୍ବର ଦାସ, ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ପଣ୍ଡା, ସାମ୍ବାଦିକ ତାରାକାନ୍ତ ନାୟକ, ଶତାଧିକ ଛାତ୍ରଛାତ୍ରୀ, ଶୁଭେଚ୍ଛୁ, ଜିଲ୍ଲାସ୍ତରୀୟ ଶିକ୍ଷକ ଓ ସମାଜସେବୀ ମାନଙ୍କ ଉପସ୍ଥିରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ହୃଷିକେଶ ବିଶ୍ୱାଳ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକର ଯଖପୁରା ଗ୍ରାମରୁ ୨୯ ଅଗଷ୍ଟ ୧୯୮୪ ଠାରୁ ଶିକ୍ଷାବୃତ୍ତିରେ ପ୍ରବେଶ କରି ଆଜି ଶିକ୍ଷାବୃତ୍ତିରୁ ଅବସର ନେଇଛନ୍ତି ।

Leave a Reply

Your email address will not be published.